କୋଇଲା ଟ୍ରେନରେ ନିଆଁ

Advertisment
କୋଇଲା ଟ୍ରେନରେ ନିଆଁ

ଧର୍ମଶାଳା: ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ ହରିଦାସପୁର ରେଳ ଷ୍ଟେସନ ନିକଟରେ ଆଜି ଅପରାହ୍ଣରେ ଏକ କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ ଲାଗିଯାଇଥିଲା। ଷ୍ଟେସନ ମାଷ୍ଟରଙ୍କ ନିକଟରୁ ଖବର ପାଇ ଚଣ୍ତିଖୋଲ ଅଗ୍ନିଶମ ବାହିନୀ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ତରେ ବିଶେଷ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ପ୍ରକାଶ ଯେ, ଖୋର୍ଦ୍ଧାରୁ ଭଦ୍ରକ ଯାଉଥିବା ଉକ୍ତ ମାଲବାହୀ

ଟ୍ରେନ୍‌ଟି ହରିଦାସପୁର ରେଳ ଷ୍ଟେସନ ଅତିକ୍ରମ କରୁଥିବା ସମୟରେ ବଗି(ଏସି ୫୩୬୨୯)ରୁ ଧୂଆଁ ବାହାରୁଥିବା ଚାଳକ ଦେଖିବାକୁ ପାଇଥିଲେ। ବଗିରେ ନିଆଁ ଲାଗିଥିବା ଜାଣି ଚାଳକ ତତ୍କାଳ ଟ୍ରେନ୍ ଅଟକାଇ ଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀ ଟ୍ରେନ୍ ଉପରେ ଚଢ଼ି ନିଆଁ ଲିଭାଇଥିଲେ। ଏଥିପାଇଁ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। କୋଇଲା ବଗିରେ ବର୍ଷାପାଣି ପଶି ଅଧିକ ଉତ୍ତାପ ସୃଷ୍ଟି ହେବାରୁ ନିଆଁ ଲାଗିଯାଇଥିବା ଚଣ୍ତିଖୋଲ ଅଗ୍ନିଶମ ଅଧିକାରୀ ରମାକାନ୍ତ ମଲ୍ଲିକ କହିଛନ୍ତି। ନିଆଁ ଆୟତ୍ତ ହେବା ପରେ ଟ୍ରେନ୍‌ଟି ଗନ୍ତବ୍ୟସ୍ଥଳକୁ ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe