କୋଇଲା ବୋଝେଇ ଟ୍ରେନରେ ନିଆଁ

କୋଇଲା ବୋଝେଇ ଟ୍ରେନରେ ନିଆଁ

ଧର୍ମଶାଳା : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ର ହରିଦାସପୁର ରେଳ ଷ୍ଟେସନ ନିକଟରେ ରବିବାର ଅପରାହ୍‌ଣ ୨.୪୫ରେ ଏକ ଇଞ୍ଜିନ୍‌ବିହୀନ କୋଇଲା ଟ୍ରେନ୍‌ରେ ନିଆଁ ଲାଗିଯାଇଥିଲା। ଚଣ୍ତିଖୋଲ ଅଗ୍ନିଶମ ବାହିନୀ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହ‌ଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଖୋର୍ଦ୍ଧାରୁ ଭଦ୍ରକ ଅଭିମୁଖେ ଯାଉଥିବା ଏହି କୋଇଲା ବୋଝେଇ ଟ୍ରେନ୍‌ର ଡବାଗୁଡ଼ିକ ଗତକାଲିଠାରୁ ହରିଦାସପୁର ରେଳ ଷ୍ଟେସନ ନିକଟରେ ରହିଥିଲା।

ରବିବାର ଅପରାହ୍‌ଣରେ ଏସ୍‌ଇସିଆର୍–୨୨୧୪୧୯୧୦୫୮୧ ୱାଗନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ନିଆଁ ଲାଗିଥିବା ଜାଣି ଷ୍ଟେସନ କର୍ତ୍ତୃପକ୍ଷ ଚଣ୍ତିଖୋଲ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଧିକ ଉତ୍ତାପ କାରଣରୁ କୋଇଲାରେ ନିଆଁ ଲାଗିଯାଇଥିବା ଚଣ୍ତିଖୋଲ ଅଗ୍ନିଶମ ବିଭାଗ ଅଧିକାରୀ ରମାକାନ୍ତ ମଲ୍ଲିକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe