ବିଦ୍ୟୁତ ତାର ଲାଗି କପା ବୋଝେଇ ଟ୍ରକରେ ନିଆଁ

Advertisment
ମହାରାଷ୍ଟ୍ରର ବିପର୍ଯ୍ୟୟ ଆଣିଛି ସୁଯୋଗ: ଏମ୍‌ଏସ୍‌ପିଠୁ ଅଧିକରେ କପା ବିକୁଛି ଓଡ଼ିଆ ଚା‌ଷୀ

ନୂଆପଡ଼ା : ଆଜି ଅପରାହ୍ନରେ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ କାମପୁରରୁ ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଗଞ୍ଜିଆପଡ଼ା ଅଭିମୁଖେ ଯାଉଥିବା ଏକ କପା ବୋଝେଇ ଟ୍ରକ (ଓଆର ୧୫ପି- ୩୩୦୧) ଗଣ୍ଡାବାହାଲି ଗ୍ରାମପଂଚାୟତ ଅନ୍ତର୍ଗତ ଗମ୍ଭାରୀଗୁଡ଼ା ମୁଖ୍ୟ ରାସ୍ତାରେ ବିଦ୍ୟୁତ ତାର ଲାଗି କପା ବସ୍ତା ଗୁଡ଼ିକରେ ନିଆଁ ଲାଗି ଯାଇଥିଲା। ସାଙ୍ଗେ ସାଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। କିନ୍ତୁ ଦମକଳ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲା। ହେଲେ ଅର୍ଦ୍ଧାଧିକ କପା ପୋଡ଼ି ନଷ୍ଟ ହୋଇ ଯାଇଥିଲା।

publive-imageଗଞ୍ଜିଆପଡ଼ା ଗାଁର ଦେବେନ୍ଦ୍ର ପଟେଲ କାମପୁର ଗ୍ରାମର କପା ଚାଷୀମାନଙ୍କ ଠାରୁ କିଣି ୭୧ କୁଇଣ୍ଟାଲ କପା ଟ୍ରକରେ ବୋଝେଇ କରି ନେଉଥିଲେ। ତାଙ୍କ ମତାମତ ନେବାରୁ ସେ ବିନା ଲାଇସେନ୍ସରେ କିଣିଥିବା ଜଣାପଡିଛି। ଅର୍ଦ୍ଧାଧିକ କପା ନଷ୍ଟ ହୋଇଯାଇଥିବା ବେଳେ ଟ୍ରକଟି ଅଳ୍ପକେ ବର୍ତ୍ତି ଯାଇଥିଲା। ସ୍ଥାନୀୟ ଅଂଚଳରେ କପା ମଣ୍ଡି ନଥିବାରୁ ଦଲାଲମାନେ ଆସି କମ ଦରରେ କିଣି ନେଉଥିବା ଅଭିଯୋଗ ହୋଇଛି। ଏଣୁ ଉକ୍ତ ଅଂଚଳରେ ମଧ୍ୟ ଏକ କପା ମଣ୍ଡି ଖୋଲିବା ପାଇଁ ଅଂଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe