ରାଉରକେଲା : ରାଉରକେଲାସ୍ଥିତ ପାଓ୍ଵାର ହାଉସ୍ ରୋଡ୍ ବାଣ ବଜାରରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ଜଣଙ୍କର ମୃତ୍ୟୃ ଘଟିଥିବା ବେଳେ ପ୍ରାୟ କୋଟିଏ ଟଙ୍କାର ବାଣ ପୋଡି ନଷ୍ଟ ହୋଇଛି। ନିଆଁକୁ ଆୟତ୍ତ କରିବାକୁ ପ୍ରାୟ ୭ଟି ଦମକଳ ଗାଡି ନିୟୋଜିତ ହୋଇଥିଲା। ଅଗ୍ନିକାଣ୍ଡରେ ୪୮ଟି ବାଣ ଦୋକାନ ଭସ୍ମୀଭୂତ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ବାଣ ବଜାରରେ ନିଆଁ ଲାଗି ଜଣେ ମୃତ
Advertisment
Follow Us