ମକରବା ସାହିରେ ଅଗ୍ନିକାଣ୍ଡ : ଜଳିଗଲେ ଦିବ୍ୟାଙ୍ଗ ନାବାଳିକା

Advertisment
ମକରବା ସାହିରେ ଅଗ୍ନିକାଣ୍ଡ : ଜଳିଗଲେ ଦିବ୍ୟାଙ୍ଗ ନାବାଳିକା

କଟକ : ଦରଘାବଜାର ମକରବା ସାହିରେ ବଡ଼ ଧରଣର ଅଗ୍ନିକାଣ୍ତ ଘଟିଛି। ଅଗ୍ନିକାଣ୍ତରେ ୫ ବଖରା ଘର ପୋଡ଼ିବା ସହିତ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତକ ବି ଲକ୍ଷ୍ମନ୍‌ଙ୍କ ଝିଅ ବି ଆର‌୍‌ତି(୧୬)। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପକ୍ଷରୁ ଦମକଳ ଗାଡ଼ି ପହଞ୍ଚି ନିଆଁ ଆୟତ କରିଥିଲେ ସୁଦ୍ଧା ନାବାଳିକାଙ୍କୁ ନିଆଁ ଭିତରୁ ବଞ୍ଚାଇ ପାରିନଥିଲା। ସୂଚନା ଅନୁଯାୟୀ, ଆଜି ରାତି ପ୍ରାୟ ୭ଟା ୩୦ ବେଳେ ଦରଖାବଜାର ଥାନା କେନାଲ୍‌ ରୋଡ ଅଞ୍ଚଳରେ ବି ଲକ୍ଷ୍ମନ୍‌ଙ୍କ ଗୋଟିଏ ଝିଅ ଠାକୁର ଘରେ ଦୀପ ଲଗାଇ ବାହାରକୁ ଚାଲି ଆସିଥିଲା। ଏହି ସମୟରେ ଘରେ ଦିବ୍ୟାଙ୍ଗ ଭଉଣୀ ଆର‌୍‌ତି ଥିଲେ। କୌଣସି କାରଣରୁ ଦୀପ ନିଆଁ ଚାଳ ଘରେ ବ୍ୟାପିଯାଇଥିଲା। ଅଳ୍ପ କିଛି ସମୟ ଭିତରେ ପାଖରେ ଥିବା ୫ଟି ଚାଳ ଘରକୁ ନିଆଁ ବ୍ୟାପିଯାଇଥିଲା। ଘରୁ ବାହାରି ନପାରିବାରୁ ଘରେ ଥିବା ଆର‌୍‌ତିଙ୍କ ମୃତ୍ୟୁ ହୋଇଥିଲା। ନିଆଁରେ ବି ଲକ୍ଷ୍ମନ୍‌ଙ୍କ ଘର ସମେତ ଟି ଚିପି, କେ ରାମୁ, ଟି ତିରୁପତି ଏବ˚ ଟି ସୁରୀଙ୍କ ଘର ପୋଡ଼ିଯାଇଥିବା ଜଣାପଡ଼ିଛି। ଏମାନେ ସମସ୍ତେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ବକ୍ସିବଜାର ଅଗ୍ନିଶମ ବିଭାଗ ପକ୍ଷରୁ ୨ଟି ଏବ˚ ସିଡିଏରେ ଗୋଟିଏ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ କରିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe