ବାଦାମବାଡିରେ ଥିବା ଏକ ଇଲେକ୍ଟ୍ରୋନିକ ଗୋଦାମରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

Advertisment
ନୂଆଦିଲ୍ଲୀର ଏକ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

syracuse.com

କଟକ : ବାଦାମବାଡିରେ ଥିବା ଏକ ଇଲେକ୍‌ଟ୍ରୋନିକ ଗୋଦାମରେ ନିଆଁ ଲାଗି ପୋଡିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ। ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ଖବର ପାଇଁ ଅଗ୍ନିଶମ ବିଭାଗର ୩ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଗୋଦାମରେ ନିଆଁ ଲାଗିବାରୁ ଏଥିରେ ଫଶି ରହିଥିବା ୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀର କର୍ମଚାରୀମାନେ। ଏହି ଇଲେକ୍‌ଟ୍ରୋନିକ ଗୋଦାମରେ ବହୁ ପରିମାଣରେ ଫ୍ୟାନ, ଇଣ୍ଡକସନ୍‌ ଚୁଲା ସହିତ ଅନ୍ୟାନ୍ୟ ଇଲୋକ୍ଟ୍ରୋନିକ୍‌ ସାମଗ୍ରୀମାନ ରହିଥିଲା। ଅଗ୍ନିକାଣ୍ଡର ସଠିକ୍‌ କାରଣ ଜଣାପଡିନଥିଲେ ମଧ୍ୟ ବିଦ୍ୟୁତ୍‌ ସଟ୍‌ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe