ନୀଳଗିରି/ଓଉପଦା: ଦୁର୍ବୃତ୍ତମାନେ ଏକ ବଡ଼ ଧରଣର ଅପରାଧ ଭିଆଇଛନ୍ତି। ଏକ ଛେଳିଫାର୍ମରେ ନିଆଁ ଲଗାଇଦେବାରୁ ଶତାଧିକ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇନ୍ତି। ସୂଚନା ଅନୁସାରେ; ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଧୀନ କାଣ୍ଡଗରଡ଼ି ପଞ୍ଚାୟତ ସିକିଡ଼ିଆ ଗ୍ରାମର ବେଣୁଧର ଗେଡ଼ି ଏକ ଛେଳିଫାର୍ମ କରି ନିଜ ଜୀବିକା ନିର୍ବାହ କରନ୍ତି। ତେବେ ସୋମବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ପୂର୍ବଶତ୍ରୁତାକୁ ନେଇ ତାଙ୍କ ଫାର୍ମରେ ନିଆଁ ଲଗାଇ ଦେଇଥିଲେ। ଫଳରେ ଫାର୍ମରେ ଥିବା ୧୦୦ରୁ ଅଧିକ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏନେଇ ଶ୍ରୀ ଗେଡ଼ି ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଫାର୍ମରେ ନିଆଁ ଲଗାଇଦେଲେ, ୧୦୦ ଛେଳି ଜଳିଗଲେ
Advertisment
Follow Us