୧୬୦ଟି ସ୍ଥାନରେ ଜଙ୍ଗଲ ଜଳୁଛି, ପଶ୍ଚିମା-ଝଡ଼ ପ୍ରଭାବ ସତ୍ତ୍ବେ କମୁନି ନିଆଁ

୫ମାସରେ ୨୦ ହଜାର ଟପିଲା ବନାଗ୍ନି

ବନାଗ୍ନି: ୧୨୩୭ ସ୍ଥାନ ଜଳୁଛି

ଭୁବନେଶ୍ବର : ଓଡ଼ିଶାରେ ପଶ୍ଚିମା-ଝଡ଼ ପ୍ରଭାବ ଲାଗିରହିଛି। ବିଭିନ୍ନ ଜିଲ୍ଲାରେ ବର୍ଷା ହେଉଛି। ତୁହାକୁ ତୁହା ପବନ ବହୁଛି। ତା’ସତ୍ତ୍ବେ ବି ଓଡ଼ିଶାରେ ଜଙ୍ଗଲ ଜଳୁଛି। ଆଜି ମାଧ୍ୟାହ୍ନରେ ରାଜ୍ୟର ୧୬୦ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ସେଥିରୁ ୯ଟି ବଡ଼ଧରଣର ବନାଗ୍ନି ସୃଷ୍ଟି ହୋଇଛି। ଗତ ୨୬ ତାରିଖଠାରୁ ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ରେଞ୍ଜର ଲଖନ୍‌ପୁର ବିଟ୍‌ରେ ନିଆଁ ଲାଗିଛି ଯେ ଆଜି ପର୍ଯ୍ୟନ୍ତ ଲିଭି ନାହିଁ। ଏବେ ବି ହୁତୁହୁତୁ ହୋଇ ଜଳୁଥିବା ନଜରକୁ ଆସିଛି। ଏହାବ୍ୟତୀତ ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଓ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଞ୍ଜର ଦୁଇଟି ସ୍ଥାନରେ, କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ, କୋଟଗଡ଼, ସୁନ୍ଦରଗଡ଼ ଜିଲ୍ଲା ଓ ଗଜପତି ଜିଲ୍ଲାର ଚନ୍ଦ୍ରଗିରି ରେଞ୍ଜରେ ବଡ଼ଧରଣର ବନାଗ୍ନି ସୃଷ୍ଟି ହୋଇଛି। ଆଜି ସକାଳୁ ହିଁ କେତେକ ସ୍ଥାନରେ ନିଆଁ ଲାଗିଥିବାର ଚିତ୍ର ସାମ୍ନାକୁ ଆସିଛି। କୋରାପୁଟ ସର୍କଲର ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ମାଲକାନିଗରି ଜିଲ୍ଲାର ୨୨ଟି ସ୍ଥାନରେ ଜଙ୍ଗଲ ନିଆଁ ସାମ୍ନାକୁ ଆସିଛି। ସମ୍ବଲପୁର ସର୍କଲର ବରଗଡ଼, ଭବାନୀପାଟଣା ସର୍କଲର କଳାହାଣ୍ଡି, ରାୟଗଡ଼ା, ବ୍ରହ୍ମପୁର ସର୍କଲର କନ୍ଧମାଳ, ଗଞ୍ଜାମ, ଗଜପତି, ରାଉରକେଲା ସର୍କଲର ସୁନ୍ଦରଗଡ଼, କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ କରାଯାଇଛି।

ଅନ୍ୟପକ୍ଷରେ ନଭେମ୍ବର ପହିଲାରୁ ଏବେ ସୁଦ୍ଧା ଓଡ଼ିଶାରେ ବନାଗ୍ନି ସଂଖ୍ୟା ୨୦ ହଜାର ଟପିଛି। ଆଜି ସନ୍ଧ୍ୟା ସୁଦ୍ଧା ହସ୍ତଗତ ରିପୋର୍ଟ ଅନୁଯାୟୀ ରାଜ୍ୟର ୨୦ ହଜାର ୬୫ଟି ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ ହୋଇଛି। ସେଥିରୁ ଅଧିକାଂଶ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସଂଗଠିତ ହୋଇଥିବା ଜଣାପଡ଼ିଛି। ଓଡ଼ିଶା ତଳକୁ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା, ମହାରାଷ୍ଟ୍ର ରହିଛନ୍ତି। ଯଦି ଗତ ୭ଦିନ କଥା ଦେଖିବା ଓଡ଼ିଶାରେ ଜଙ୍ଗଲ ନିଆଁ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ତୁଳନାରେ କମ୍‌ ରହିଛି। ମହାରାଷ୍ଟ୍ରରେ ୧୮୭୮ଟି ଥିବା ବେ‌ଳେ ମଧ୍ୟପ୍ରଦେଶରେ ୧୨୧୩, ଓଡ଼ିଶାରେ ୮୨୨ଟି ଜଙ୍ଗଲ ନିଆଁ ଚିହ୍ନଟ କରାଯାଇଛି। ବର୍ଷା ସତ୍ତ୍ବେ ବି ଜଙ୍ଗଲ ନିଆଁ ନ କମିବାକୁ ନେଇ ପରିବେଶବିତ୍‌ମାନେ ଚିନ୍ତାପ୍ରକଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe