ଗାଁକୁ ଡେଇଁଲା ଜଙ୍ଗଲ ନିଆଁ

Advertisment
ଗାଁକୁ ଡେଇଁଲା ଜଙ୍ଗଲ ନିଆଁ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଆମ୍ବପାଳ ଗାଁରେ ଭୟାବହ ଅଗ୍ନିକାଣ୍ଡ। ଜଙ୍ଗଲରେ ଲାଗିଥିବା ନିଆଁ ଗାଁକୁ ଡେଇଁ ୧୬୦ ବଖରା ଘର ଛାରଖାର କରି ଦେଇଛି। ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲାବେଳେ ବହୁ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ।

ଶୁକ୍ରବାର ଦିନ ପ୍ରାୟ ୨ଟା ବେଳକୁ କେହି ଦୁର୍ବୁତ୍ତ ଆମ୍ବପାଳ ଗ୍ରାମ୍ୟ କମିଟି ଜଙ୍ଗଲରେ ନିଆଁ ଲଗାଇ ଦେଇଥିଲେ। ଏହି ନିଆଁ ଧୀରେଧୀରେ ଉଗ୍ରରୂପ ଧାରଣ କରି ଗାଁ ମୁଣ୍ଡରେ ଥିବା ଘରେ ଲାଗିଥିଲା। ଗ୍ରାମବାସୀ ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ପାରି ନ ଥିଲେ। ପ୍ରବଳ ଖରା ହେଉଥିବାରୁ ନିଆଁ ପାଖକୁ ଯିବା ମଧ୍ୟ କଷ୍ଟକର ହୋଇ ପଡ଼ିଥିଲା। ଏଥିନେଇ ଅଗ୍ନିଶମ ବାହିନୀକୁ ଖବର ଦିଆଯିବା ପରେ ଅନୁଗୁଳରୁ ଗୋଟିଏ ଓ ଛେଣ୍ଡିପଦା ୨ଟି ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ସେତେବେଳକୁ ଗାଁର ୧୬୦ ବଖରା ଘର ଜଳି ଯାଇଥିଲା।

publive-image

ଯୁଯୁମୁରା : ଯୁଯୁମୁରାର ନୀଳେନ୍ଦ୍ର ନାଏକଙ୍କ କୁକୁଡ଼ା ଫାର୍ମ ଆଡ଼କୁ ଶୁକ୍ରବାର ଅପରାହ୍‌ଣ ପ୍ରାୟ ୧.୧୫ମି.ରେ ଜଙ୍ଗଲ ନିଆଁ ମାଡ଼ି ଆସୁଥିବା ସୂଚନା ପାଇ ଯୁଯୁମୁରା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲେ। କୁକୁଡ଼ା ଫାର୍ମର କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି। ଏହି କାର୍ଯ୍ୟ ଜାରି ଥିବା ବେଳେ ପ୍ରାୟ ୨ଟାରେ ଡଙ୍ଗାପାଳ ବାହାଡ଼ାପଡ଼ାର ଦୀପକ ପଧାନଙ୍କ ଶାଗୁଆନ ଓ ଆମ୍ବ ବଗିଚାରେ ନିଆଁ ଲାଗି କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି। ନିକଟରେ ଥିବା ଜଙ୍ଗଲରୁ ନିଆଁ ଗାଁ ଆଡ଼କୁ ମାଡ଼ି ଆସି ଏହି ଘଟଣା ଘଟିଛି। ତେବେ ଏ ସମ୍ପର୍କରେ ସୂଚନା ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଅଗ୍ନିକାଣ୍ଡରେ ପ୍ରାୟ ୮୦ ହଜାରରୁ ୧ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

publive-image

ବହୁ ମୂଲ୍ୟବାନ ଗଛ ଜଳିଗଲା
ରିଆମାଳ : ଦେଓଗଡ଼ ଜିଲ୍ଲା ଅନ୍ତର୍ଗତ ରିଆମାଳ ବନାଞ୍ଚଳରେ ଥିବା ବିଭିନ୍ନ ଜଙ୍ଗଲରେ ନିଆଁ ଲାଗି ବହୁ ମୂଲ୍ୟବାନ ଗଛ ଓ ଜଙ୍ଗଲଜାତ ଦ୍ରବ୍ୟ ନଷ୍ଟ ହେଉଛି। ବନ୍ୟଜନ୍ତୁ, ସରୀସୃପ ମଧ୍ୟ ଏଥିରୁ ନିସ୍ତାର ପାଉନାହାନ୍ତି।

ଏହି ନିଆଁ କିଏ ଲଗାଉଛି ଓ କାହିଁକି ଲଗାଉଛି ତାହା ଟେର୍‌ ପାଉ ନାହିଁ ବନ ବିଭାଗ। ନିଆଁକୁ ଲିଭାଇବା ପାଇଁ ନାକେଦମ ହୋଇ ସାରିଲାଣି। ଅନ୍ୟପକ୍ଷରେ, ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁଁ ଦିନକୁ ଦିନ ଅଂଚଳର ତାପମାତ୍ରା ବୃଦ୍ଧି ପାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe