ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ଓ ଲଖନା ରେଞ୍ଜ ନିକଟ ନିଶାନି ଓ ରାଣୀଡୁଙ୍ଗୁରି ଜଙ୍ଗଲରେ ୫ ଦିନ ହେଲା ନିଆଁ ଲାଗିଛି। ବହୁ ମୂଲ୍ୟବାନ ଗଛ ସବୁ ପୋଡ଼ି ନଷ୍ଟ ହୋଇଯାଇଛି। ଜଙ୍ଗଲକୁ ଲାଗି ରହିଥିବା କିଛି ଚାଷୀଙ୍କ ପାଳଗଦା ମଧ୍ୟ ପୋଡ଼ି ଯାଇଛି। ଗ୍ରାମବାସୀ ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଥିବା ବେଳେ ବନ ବିଭାଗ କର୍ମଚାରୀଙ୍କ ଦେଖା ମିଳିନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ବର୍ତ୍ତମାନ ପ୍ରାୟ ସବୁ ଅଞ୍ଚଳରେ ନିଆଁ ଲାଗୁଥିବା ବେଳେ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉ ନଥିବାରୁ ବହୁ କ୍ଷୟକ୍ଷତି ହେଉଥିବା ଅଭିଯୋଗ ହେଉଛି। ତୁରନ୍ତ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।
୫ ଦିନ ହେଲା ନିଶାନି ଓ ରାଣୀଡୁଙ୍ଗୁରି ଜଙ୍ଗଲରେ ନିଆଁ
Advertisment
Follow Us