ଛତିଆ : ଜଙ୍ଗଲ ନିଆଁରେ ବହୁଗଛ ଜଳିଗଲା

Advertisment
ଛତିଆ : ଜଙ୍ଗଲ ନିଆଁରେ ବହୁଗଛ ଜଳିଗଲା

ଛତିଆ : ବଡ଼ଚଣା ବ୍ଲକ୍‌ ଓ କଟକ ଜିଲ୍ଲା ଟାଙ୍ଗି ବ୍ଲକ୍‌ ସୀମାନ୍ତରେ ଥିବା ହାଟୁଆରୀ ଜଙ୍ଗଲରେ ନିଆଁଲାଗି ବହୁଗଛ ଜଳିଯାଇଛି। କେହି ଦୁର୍ବୃତ୍ତ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବା ଅଭିଯୋଗ ହେଉଛି। ଗତ ଦୁଇଦିନ ତଳେ ଲାଗିଥିବା ଏହି ନିଆଁରେ ପ୍ରାୟ ୫୦ ଏକରରୁ ଅଧିକ ଜଙ୍ଗଲ ପୋଡ଼ି ଛାରଖାର ହୋଇଯାଇଛି।

ସ୍ଥାନୀୟ ଲୋକେ ଜଙ୍ଗଲରେ ନିଆଁ ଲାଗିଥିବା ସମ୍ପର୍କରେ ଚଣ୍ତିଖୋଲ ଅଗ୍ନିଶମ ବିଭାଗ ଓ ଡାଳିଯୋଡ଼ା ବନ ବିଭାଗକୁ ଖବର ଦେଇଥିଲେ। ଚଣ୍ତିଖୋଲ ଠାରୁ ବହୁ ଦୂରର ଥିବା ଏହି ଜଙ୍ଗଲରେ ଚଣ୍ତିଖୋଲ ଅଗ୍ନିଶମ ବିଭାଗର ଦୁଇଟି ଗାଡ଼ି, ଡାଳିଯୋଡ଼ା ବନ ବିଭାଗ କର୍ମଚାରୀ ଓ ବଡ଼ଚଣା ବନ ବିଭାଗ କର୍ମଚାରୀମାନେ ବିଳମ୍ବରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପ୍ରାୟ ୧ମାସ ଭିତରେ ବଡ଼ଚଣାର ପଶ୍ଚିମାଞ୍ଚଳର ୪/୫ଟି ଜଙ୍ଗଲରେ ନିଆଁ ଲାଗିଲାଣି। ବନ ବିଭାଗ ଏଥିପ୍ରତି ସଚେତନ ରହୁନାହିଁ ବୋଲି ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ନିଆଁ ଲାଗିବା ଦ୍ବାରା ବନ୍ୟଜନ୍ତୁ ମଧ୍ୟ କ୍ଷତିଗ୍ରସ୍ତ ହେଉଛନ୍ତି। ବନ ବିଭାଗର ଉଚ୍ଚଅଧିକାରୀ ନିଆଁ ଲାଗିବା ସମ୍ପର୍କରେ ତଦନ୍ତ କରିବାକୁ ସ୍ଥାନୀୟ ଲୋକେ ଦାବି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe