ଜଙ୍ଗଲରେ ନିଆଁ, ଶୋଇଛି ବନ ବିଭାଗ

Advertisment
ଜଙ୍ଗଲରେ ନିଆଁ, ଶୋଇଛି ବନ ବିଭାଗ

ବୌଦ୍ଧ: ଚଳିତ ବର୍ଷ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବନାଗ୍ନି ଭୟଙ୍କର ରୂପ ନେବ​ ବୋଲି ସତର୍କ ସୂଚନା ଜାରି କରାଯାଇଛି। ହେଲେ ବୌଦ୍ଧ ବନ ବିଭାଗର ଏଥିରେ ପରବାଏ ନାହିଁ। କଣ୍ଟାମାଳ ବ୍ଲକ ଅଞ୍ଚଳର ଗୋଟିଏ ଦୁଇଟି ସ୍ଥାନରେ ବନାଗ୍ନି ସ‌େଚତନତା କାର୍ଯ୍ୟକ୍ରମ କରାଯାଇଛି।

ବୌଦ୍ଧ ବନଖଣ୍ଡର ଅନ୍ୟ ଅଞ୍ଚଳରେ ଏଯାବତ କୌଣସି କାର୍ଯ୍ୟକ୍ରମ ଆରମ୍ଭ ହୋଇନାହିଁ। ଜଙ୍ଗଲ ଜଳୁଛି, ହେଲେ ବନ ବିଭାଗ ଚେଇଁ ଶୋଇଛି। ସୋମବାର ଜହ୍ନାପଙ୍କ ବଘିଆପଡ଼ା ରାସ୍ତାର ତାଲଗରୀ ଗ୍ରାମ ନିକଟ ଜଙ୍ଗଲରେ ନିଆଁ ଲାଗିଥିବା ଦେଖାଯାଇଛି। ରାସ୍ତାର ବାମ ପାର୍ଶ୍ବରେ ନିଆଁ ଲାଗିଥିବା ବେଳେ ରାସ୍ତା ଅତିକ୍ରମ କଲେ ସ୍ଥିତି ଭୟାବହ ହେବ। ଏବେଠୁ ନିଆଁକୁ ଆୟତ୍ତ ନକଲେ ସଂରକ୍ଷିତ ଜଙ୍ଗଲ ଧ୍ବଂସ ହେବା ନିଶ୍ଚିତ ବୋଲି ସଚେତନ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe