ନିଆଁ ଲାଗିଥିବା ୯୮ ପ୍ରତିଶତ ଅଞ୍ଚଳ ଉପରେ ଅନୁଧ୍ୟାନ କରାଯାଉଛି: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ନିଆଁ ଲାଗିଥିବା ୯୮ ପ୍ରତିଶତ ଅଞ୍ଚଳ ଉପରେ ଅନୁଧ୍ୟାନ କରାଯାଉଛି: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଭୁବନେଶ୍ବର: ଜଙ୍ଗଲ ନିଆଁକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି। ଆଜି ପ୍ରଶ୍ନକାଳରେ ଉଠିଛି ଜଙ୍ଗଲ ନିଆଁ ପ୍ରସଙ୍ଗ। କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ଜଙ୍ଗଲ ଜଳୁଛି ମନ୍ତ୍ରୀ କଣ ପଦକ୍ଷେପ ନେଉଛନ୍ତି। ସେହିପରି ବିଜେପି ବିଧାୟିକା କୁସୁମ ଟେଟେ ବି ସମାନ ପ୍ରସଙ୍ଗ ଉଠାଇ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି।

ସେପଟେ ପ୍ରଶ୍ନର ଉତ୍ତର ରଖି  ଜଙ୍ଗଲ ଓ ପରିବେଶ  ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି, ସ୍ୟାଟେଲାଇଟରେ ଯାହା ଆସୁଛି ସେଥିରେ କେବଳ ଜଙ୍ଗଲରେ ନିଆଁ ଲାଗୁନି, ବରଂ ଅନେକ ସ୍ଥାନରେ ଚାଷୀମାନେ ଉନ୍ନତ ମାନର ଚାଷ କରିବା ପାଇଁ ଧାନ ବିଲରେ ନିଆଁ ଲଗେଇ ଦେଉଛନ୍ତି। ଧାନ କାଟିବା ପରେ ଯେଉଁ ବଳକା ରହିଯାଉଛି ସେଥିରେ ଚାଷୀମାନେ ନିଆଁ ଲଗେଇ ଦେଉଛନ୍ତି। ଯେଉଁଥିପାଇଁ ସ୍ୟାଟେଲାଇଟରେ ଅଧିକ ନିଆଁ ଲାଗିଥିବା ଆସୁଛି। ଯେତିକି ଅଞ୍ଚଳରେ ନିଆଁ ଲାଗିଛି ତାର ୯୮ ପ୍ରତିଶତକୁ ଅନୁଧ୍ୟାନ କରୁଛୁ। ବିଶେଷ କରି ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବନ ସୁରକ୍ଷା ସମିତିର ସହଯୋଗ ନିଆଯାଉଛି। ଆଧୁନିକ ପ୍ରଣାଳୀରେ ନିଆଁକୁ ଆୟତ୍ତ କରାଯାଉଛି। ଗତକାଲି ମୁଖ୍ୟ ଶାସନ ସଚିବ ବୈଠକ କରିଛନ୍ତି। ଯେଉଁମାନେ ଜଙ୍ଗଲ ଭିତରେ ପଶି ନିଆଁ ଲଗାଉଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଯେଉଁମାନେ ଜଙ୍ଗଲରେ ବୁଲାବୁଲି କରୁଛନ୍ତି ଯାହା ଉପରେ ସନ୍ଦେହ ହେଉଛି, ତାଙ୍କ ଉପରେ ନଜର ରଖା ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe