ବିଂଝାରପୁର: ବିଂଝାରପୁର ଥାନା କଏଣାରଘୁନାଥପୁର ପଞ୍ଚାୟତ କଚେରୀସାହିର ମଣ୍ଟୁ ମଲିକଙ୍କ ଘରେ ଗ୍ୟାସ୍ ପାଇପ୍ ଫାଟି ଅଗ୍ନିକାଣ୍ଡ ଘଟିବା ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଯାଇଛି। ଆଜି ଭୋର ୪ ଟା ବେଳେ ମଣ୍ଟୁଙ୍କ ପତ୍ନୀ ଗ୍ୟାସ୍ ଚୁଲି ଜାଳି ଚାହା କରୁଥିବା ବେଳେ ହଠାତ ଗ୍ୟାସ୍ ପାଇପ୍ ଫାଟି ଯାଇଥିଲା।
ଫଳରେ ଅଗ୍ନିକାଣ୍ଡ ଘଟି ଘରର ସମସ୍ତ ଆସବାବପତ୍ର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିଲା। ଗ୍ରାମବାସୀ ନିଆଁକୁ ଆୟତ୍ତ କରିଥିଲେ। ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ସ୍ୱାମୀ କୈଳାସ ସେଠୀ ପହଞ୍ଚି ଅଗ୍ନିବିପନ୍ନ ପରିବାରକୁ ସହାୟତା ପ୍ରଦାନ କରିଥିଲେ।
Follow Us