ଘରେ ନଥିବାର ସୁଯୋଗ ନେଇ ସୁରକ୍ଷାକର୍ମୀଙ୍କ ଘର ଜାଳିଦେଲେ ଦୁର୍ବୃତ୍ତ

ଘରେ ନଥିବାର ସୁଯୋଗ ନେଇ ସୁରକ୍ଷାକର୍ମୀଙ୍କ ଘର ଜାଳିଦେଲେ ଦୁର୍ବୃତ୍ତ

ରାଉରକେଲା : ସାରନଗରୀ ସୋନାପର୍ବତ ସ୍କୁଲ ନିକଟର ଶିକ୍ଷା ସମାଜର ସୁରକ୍ଷାକର୍ମୀଙ୍କ ଗୃହକୁ କେହି ଦୁର୍ବୃତ୍ତ ଜାଳି ଦେଇଛନ୍ତି। ଦମକଳଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବା ପୂର୍ବରୁ ସବୁ ଜଳିପୋଡି ପାଉଁଶ ହୋଇଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ ସୋନା ପର୍ବତ ସ୍କୁଲ ନିକଟରେ ସୁରକ୍ଷାକର୍ମୀ ବଂଶୀଧର କିଷାନ ପରିବାର ସହ ରହୁଥିଲେ। ଗତକାଲି କୌଣସି କାମରେ ବଂଶୀଧର ଓ ତାଙ୍କ ସ୍ତ୍ରୀ ବଣେଇସ୍ଥିତ ନିଜ ଗ୍ରାମକୁ ବୁଲିବାକୁ ଯାଇଥିଲେ। ଏହାର ସୁଯୋଗ ନେଇ ସୁରକ୍ଷାକର୍ମୀଙ୍କ ଗୃହକୁ ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ନିଆଁ ଲଗାଇ ଦେଇଥିଲେ। ଏହା ଫଳରେ ଜେନେରେଟର,ଆଲମିରା, ହିରୋପୁକ ଗାଡି ଓ ସିଲିଣ୍ଡର ଆଦି ଜଳି ଯାଇଛି। ସିଲିଣ୍ଡର ଗ୍ୟାସ ଫାଟିବାରୁ ସ୍ଥାନୀୟ ଲୋକ ଶବ୍ଦ ଶୁଣି ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ। ଆଇଡିଏଲ୍‌ ଫାଣ୍ଡି ଅଧିକାରୀ ପହଞ୍ଚି ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe