ହାଟଡ଼ିହି: କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଛେନାପଦି ଛକ 'ମା ହୋଟେଲ' ରେ ରୋଷେଇ କରିବା ବେଳେ ଅଘଟଣ। ନିଆଁରେ ପୋଡିଯାଇ ରୋଷେୟା ଗୁରୁତର। ଆଜି ସକାଳୁ ରୋଷେୟା ନବୀନା ଦେହୁରୀ ଗ୍ୟାସ ଚୁଲାରେ ରୋଷେଇ କରୁଥିଲେ। ଏହି ସମୟରେ ସେ ପିନ୍ଧିଥିବା ଲୁଙ୍ଗିରେ ନିଆଁ ଲାଗିଯାଇଥିଲା। ସେ ପିନ୍ଧିଥିବା ଲୁଗାକୁ ଖୋଲି ଫୋପାଡ଼ି ଦେବାରୁ ତାହା ଗ୍ୟାସ ଚୁଲା ଉପରେ ପଡି ନିଆଁର ପ୍ରକୋପ ବୃଦ୍ଧି ପାଇଥିଲା।ଫଳରେ ତାଙ୍କ ଶରୀରର ୩ ଭାଗ ପୋଡିଯାଇଥିଲା। ହାଟଡ଼ିହି ଦମକଳ କେନ୍ଦ୍ରର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଆହତ ନବୀନାଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ହୋଟେଲରେ ରୋଷେଇ ବେଳେ ଅଘଟଣ, ନିଆଁ ଲାଗି ରୋଷେୟା ଗୁରୁତର
Advertisment
Follow Us