ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କା ସମ୍ପତ୍ତି ପୋଡି ପାଉଁଶ, ଅଳ୍ପକେ ବର୍ତ୍ତିଲେ ବୃଦ୍ଧା

Advertisment
ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କା ସମ୍ପତ୍ତି ପୋଡି ପାଉଁଶ, ଅଳ୍ପକେ ବର୍ତ୍ତିଲେ ବୃଦ୍ଧା

ବଅଁରପାଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମପଞ୍ଚାୟତର ଡିହସାହିରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଚାଳ ଘର ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ଗ୍ରାମବାସୀଙ୍କ ଦ୍ଵାରା ଉଦ୍ଧାର ହୋଇଛନ୍ତି ୮୯ ବର୍ଷୀୟ ବୃଦ୍ଧା। ଡିହସାହିର ବୃନ୍ଦାବନ ଧିରଙ୍କ ଘରେ ଘଟିଛି ଅଗ୍ନିକାଣ୍ଡ ।

ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ରାତି ପ୍ରାୟ ୧.୩୦ ମିନିଟ ସମୟରେ ଶୋଇଥିବା ବେଳେ ଘରେ ନିଆଁ ଲାଗିଥିଲା। ଗ୍ରାମବାସୀଙ୍କ ପାଟି ଶୁଣି ଉଠି ଦେଖିବା ବେଳକୁ ଘର ନିଆଁରେ ପୋଡି ଯାଉଥିବା ଦେଖିବାକୁ ପାଇଥିଲେ ବୃନ୍ଦାବନ ଧିର। ଜୀବନ ବିକଳରେ ପରିବାର ଲୋକେ ବାହାରକୁ ବାହାରି ଆସିଥିବା ବେ‌ଳେ ୮୯ ବର୍ଷର ବୃଦ୍ଧା ଭିତରେ ରହିଯାଇଥିଲେ। ପରେ ଗ୍ରାମବାସୀଙ୍କ ଦ୍ଵାରା ବୃଦ୍ଧଙ୍କୁ ଉଦ୍ଧାର କରାଯାଇଥିଲା। ଏହା ପରେ ଗ୍ରାମବାସୀ ନିକଟରେ ଥିବା ବଅଁରପାଳ ଦମକଳକୁ ଫୋନ କରି ଘଟଣା ବିଷୟରେ ଜଣାଇ ଥିଲେ। ସୂଚନା ପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବା ସହ ଅଧିକ କ୍ଷତି ହେବାରୁ ରକ୍ଷା କରିଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe