ନିଆଁରେ ପୋଡି ହୋଇ ଜଣେ ମହିଳା ଗୁରୁତର

Advertisment
ନିଆଁରେ ପୋଡି ହୋଇ ଜଣେ ମହିଳା ଗୁରୁତର

New Straits Times

ରାଉରକେଲା: ବନ୍ଧମୁଣ୍ଡା ଡି କେବିନ୍‌ରେ ଲାଗିଥିବା ନିଆଁରେ ପୋଡି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ମହିଳା ଜଣକ ହେଲେ ସାବିତ୍ରୀ ଜେନା (୩୩)। ତାଙ୍କ ଶରୀର ପ୍ରାୟ ୫୦% ଜଳି ଯାଇଥିବା ଜଣାପଡିଛି।

ଚିକିତ୍ସା ପାଇଁ ତାଙ୍କୁ ରାଊରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)ରେ ଭର୍ତ୍ତି କରାଯାଇଛି। ମହିଳାଙ୍କ ଦେହରେ କେମିତି ନିଆଁ ଲାଗିଲା, ତାହା ଜଣାପଡି ନାହିଁ। ଆଜି ରାତି ପ୍ରାୟ ସାଢ଼େ ୮ଟାରେ ବନ୍ଦ ଘରେ ସାବିତ୍ରୀ ଚିତ୍କାର କରୁଥିବା ଶୁଣି ପଡୋଶୀ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ହସ୍ପିଟାଲକୁ ପଠାଇଥିଲେ। ଏ ନେଇ ଖବର ପାଇ ବନ୍ଧମୁଣ୍ଡା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe