କଟକ ଷ୍ଟେସନରେ ଜନଶତାବ୍ଦୀ ଏକ୍ସପ୍ରେସ୍‌ରେ ନିଆଁ

Advertisment

ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଲା; ୪୫ ମିନିଟ୍ ଅଟକିଲା

ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଲା; ୪୫ ମିନିଟ୍ ଅଟକିଲା

କଟକ ଷ୍ଟେସନରେ ଜନଶତାବ୍ଦୀ ଏକ୍ସପ୍ରେସ୍‌ରେ ନିଆଁ

କଟକ: କଟକ ରେଳ ଷ୍ଟେସନରେ ଜନ ଶତାବ୍ଦୀ ଏକ୍ସପ୍ରେସରେ ଆଜି ହଠାତ ନିଆଁ ଲାଗି ଯାଇଥିଲା। ଭୁବନେଶ୍ବର ହାୱଡ଼ା ଆଡ଼କୁ ଯାଉଥିବା ଏହି ଟ୍ରେନ୍ ଚକାରେ ବ୍ରେକ୍ ଲାଗି ଯିବାରୁ ଚକା ସହିତ ଘଷି ହୋଇ ଧୂଆଁ ବାହାରିଥିଲା। ପରେ ନିଆଁ ଜଳି ଉଠିଥିଲା। ପ୍ରଥମେ ଆରପିଏଫ୍ ଓ ପରେ ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ଏଭଳି ଅଘଟଣ ସମୟରେ ଯାତ୍ରୀଙ୍କ ଯେଭଳି କୌଣସି କ୍ଷୟକ୍ଷତି ନହୁଏ ସେଥିପାଇଁ ଯାତ୍ରୀଙ୍କୁ ଟ୍ରେନରୁ ଓହ୍ଲାଇ ଦିଆଯାଇଥିଲା। ୪୫ ମିନିଟ୍ ପରେ ପୁଣି ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇଥିଲା।

ସୂଚନା ଅନୁଯାୟୀ, ଭୁବନେଶ୍ବର-ହାୱଡ଼ା ଜନ ଶତାବ୍ଦୀ ଏକ୍ସପ୍ରେସ୍(୧୨୦୭୪) ଗୁରୁବାର ସକାଳେ ଭୁବନେଶ୍ବରରୁ ବାହାରି କଟକ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୨ରେ ସକାଳ ୬ଟା ୩୦ରେ ପହଞ୍ଚି ଥିଲା। ଏହି ସମୟରେ କଟକ ରେଳ ଷ୍ଟେସନରେ ଡ୍ୟୁଟି କରୁଥିବା ଆରପିଏଫ୍ ହାବିଲଦାର ସୁଧିର କୁମାର ସୁନ୍ଦରାୟ ଜନ ଶତାବ୍ଦୀ ଏକ୍ସପ୍ରେସର କୋଚ୍ ନଂ ଡି-୯ରେ ପ୍ରବଳ ଧୂଆଁ ବାହାରୁଥିବା ଦେଖି ରେଳବାଇକୁ ସୂଚନା ଦେଇଥିଲେ। ଷ୍ଟେସନରେ ଟ୍ରେନ୍ ଅଟକିଥିଲା। ଆରପିଏଫ୍ କର୍ମଚାରୀ ତୁରନ୍ତ ଫାୟାର ଏକ୍ସଟିଙ୍ଗୁଇସର ବ୍ୟବହାର କରି ଏହି ବଗିର ଚକା ନିକଟକୁ ସ୍ପ୍ରେ କରିଥିଲେ। କିନ୍ତୁ ବଗି ତଳେ ନିଆଁ ଜଳି ଉଠିଥିଲା। ତୁରନ୍ତ ସେହି ଟ୍ରେନରୁ ସମସ୍ତ ଯାତ୍ରୀଙ୍କୁ ପ୍ଲାଟଫର୍ମକୁ ଆରପିଏଫ୍ କର୍ମଚାରୀଙ୍କ ଦ୍ବାରା ଓହ୍ଲାଇ ଦିଆଯାଇଥିଲା। ଧୂଆଁ ଏଭଳି ବ୍ୟାପିଥିଲା ଯେ ଯାତ୍ରୀଙ୍କୁ ଉଦ୍ଧାର କରିବା ସମୟରେ ଆରପିଏଫ୍ ପୁଲିସ ପାଇଁ ବଡ଼ ଆହ୍ୱାନ ସୃଷ୍ଟି ହୋଇଥିଲା। ଏଭଳି ଘଟଣା ପରେ ଷ୍ଟେସନରେ ଟ୍ରେନ୍ ୪୫ ମିଟିନ୍ କାଳ ଅଟକିରହିଥିଲା। ୭ଟା ୧୫ରେ ପୁଣି କଟକ ଷ୍ଟେସନରୁ ଟ୍ରେନ୍ ହାୱଡା ଅଭିମୁଖେ ବାହାରିଥିଲା। ସେଥିରେ ସମସ୍ତ ଯାତ୍ରୀ ପୁଣି ଥରେ ଯାତ୍ରା କରିଥିଲେ। ଯେହେତୁ ଟ୍ରେନ୍ ପ୍ଲାଟଫର୍ମ ନମ୍ବର ୨ରେ ଅଟକି ରହିଥିଲା, ତେଣୁ ପ୍ଲାଟଫର୍ମ ନମ୍ବର ୧ରେ ସମସ୍ତ ଟ୍ରେନ୍ ଚଳାଚଳ କରିଥିଲା। ଅନ୍ୟ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇନଥିଲା।

ରେଳବାଇ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ କୁହାଯାଇଛି ଯେ ଟ୍ରେନ ଚକାରୁ ବ୍ରେକ୍ ନ ଛାଡ଼ିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ ରେଳବାଇର ଯାନ୍ତ୍ରିକ ଭାଷାରେ ବ୍ରେକ୍ ବାଇଣ୍ଡିଂ କୁହାଯାଏ। ଚକାରୁ ବ୍ରେକ୍ ଛାଡ଼ିବା ପରେ ପୁଣି ଟ୍ରେନ୍ ଗଡ଼ିଥିବା ରେଳବାଇ ପକ୍ଷରୁ ଦର୍ଶାଯାଇଛି। ଅନ୍ୟପଟେ ଜନ ଶତାବ୍ଦୀ ଏକ୍ସପ୍ରେସ୍ ଟ୍ରେନ୍‌ରେ ମୋଟ ୧୨ଟି କୋଚରେ ୯୬୦ ସିଟ୍ ଥିଲା। ଏଥିରେ ସେତିକି ସଂଖ୍ୟାର ଯାତ୍ରୀ ଥିବାରୁ ବଡ଼ ଧରଣର ଅଘଟଣରୁ ସମସ୍ତ ଯାତ୍ରୀ ବର୍ତ୍ତିଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe