ଅଗ୍ନିକାଣ୍ଡରେ କଳିଙ୍ଗା ଘାଟି ଶ୍ରୀହୀନ, ଶ୍ମଶାନର ଭ୍ରମ ସୃଷ୍ଟି କରୁଛି ସମଗ୍ର ଜଙ୍ଗଲ

Advertisment
ଅଗ୍ନିକାଣ୍ଡରେ କଳିଙ୍ଗା ଘାଟି ଶ୍ରୀହୀନ, ଶ୍ମଶାନର ଭ୍ରମ ସୃଷ୍ଟି କରୁଛି ସମଗ୍ର ଜଙ୍ଗଲ
ଘୁ.ଉଦୟଗିରି : ସବୁଜ ସୁନ୍ଦର ଜଙ୍ଗଲ ଓ ସୁଉଚ୍ଚ ପର୍ବତମାଳା ପାଇଁ କନ୍ଧମାଳ ଜିଲ୍ଲା ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ ପରିଚୟ ସୃଷ୍ଟି କରିଛି।  ତେବେ ଏହି ଜଙ୍ଗଲ ଘେରା ପାହାଡ଼ ପର୍ବତ ଏବେ ଶ୍ରୀହୀନ ହୋଇଯାଇଛି। ଅଗ୍ନିକାଣ୍ଡ ପାଇଁ ଜଙ୍ଗଲ ଏବେ ଶ୍ମଶାନର ଭ୍ରମ ସୃଷ୍ଟି କରୁଛି। ଜଙ୍ଗଲ ସାରା ପୋଡ଼ାକାଠ ଓ ପାଉଁଶ। ବଡ଼ବଡ଼ ମୂଲ୍ୟବାନ ଗଛ ଅଙ୍ଗାର ପାଲଟି ଯାଇଛି। ପଶୁପକ୍ଷୀଙ୍କ ଶବ୍ଦ ଶୁଣିବାକୁ ମିଳୁନାହିଁ। ସବୁଜ ଜଙ୍ଗଲ ଟାଙ୍ଗରା ଭୂଇଁରେ ପରିଣତ ହୋଇଛି। ଚଳିତ ମାସ ଆରମ୍ଭରୁ ଜିଲ୍ଲାର ସମସ୍ତ ଜଙ୍ଗଲରେ ନିଆଁ ଲାଗିଥିଲା। ଧିରେଧିରେ ନିଆଁ ବଢ଼ିବା ସହ ସମସ୍ତ ଜଙ୍ଗଲ ନିଆଁର ଆଁ ଭତିରକୁ ଚାଲି ଯାଇଥିଲା। ବିଳମ୍ବରେ ବନବିଭାଗ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ହେଲେ ନିଆଁ ଆୟତ୍ତ ହେଲା ବେଳକୁ ସବୁକିଛି ଶେଷ ହୋଇଯାଇଥିଲା। ବିଶେଷ କରି ଘୁ.ଉଦୟଗିରି ବନାଞ୍ଚଳ ଅଧୀନ ବିଭିନ୍ନ ଜଙ୍ଗଲର ଅବସ୍ଥା ବେହାଲ ହୋଇ ସାରିଥିଲା।
ବହୁବର୍ଷର ବଡ଼ବଡ଼ ମୂଲ୍ୟବାନ ଶାଳ, ପିଆଶାଳ, ଶାଗୁଆନ, ଶିଶୁ, ହରିଡ଼ା, ବାହାଡ଼ା ଓ ଅଁଳା ଗଛ ସହ ବହୁ ମୂଲ୍ୟବାନ ଔଷଧୀୟ ବୃକ୍ଷ ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଏଥିରୁ ବିଭାଗ ଓ ସରକାର ଉଚିତ୍ ଶିକ୍ଷା ଗ୍ରହଣ କରିବା ସହ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ସଚେତନତା କରିବେ।  ନୂତନ ଗଛ ଲଗାଇବା ପାଇଁ ଯେତିକି ଅର୍ଥ ଖର୍ଚ୍ଚ କରୁଛନ୍ତି ପୁରୁଣା ଜଙ୍ଗଲର ସୁରକ୍ଷା ପାଇଁ ମଧ୍ୟ ସମାନ ପରିମାଣର ଅର୍ଥ ଖର୍ଚ୍ଚ କରିବେ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe