ଜଳୁଛି କଳିଙ୍ଗା ଘାଟି ଜଙ୍ଗଲ: ବିପଦରେ ବନ୍ୟପ୍ରାଣୀ

ଜଳୁଛି କଳିଙ୍ଗା ଘାଟି ଜଙ୍ଗଲ: ବିପଦରେ ବନ୍ୟପ୍ରାଣୀ

ଘୁ.ଉଦୟଗିରି: ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗାଘାଟି ଜଙ୍ଗଲ ବିପଦରେ। ଜଙ୍ଗଲ ସଂପଦ ନିଆଁର ଆଁ ଭିତରେ। କିମିକିମି ବ୍ୟାପି ଜଳୁଛି ଜଙ୍ଗଲ। କଳିଙ୍ଗା ଘାଟିର ଲମ୍ବ ୧୦କିମି ରହିଥିବା ବେଳେ ୬କିମି ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ଘୁମୁସର ବନଖଣ୍ଡ ଅଧୀନରେ ରହିଛି ବଳକା ଜଙ୍ଗଲ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବନବିଭାଗ ଅଧୀନରେ।ଗତ ତିନି ଦିନ ହେଲା ଗଞ୍ଜାମ ସୀମାର  ଜଙ୍ଗଲ ଭିତରେ ପାହାଡ଼ ପର୍ବତ ସାରା ନିଆଁ ବ୍ୟାପି ବ୍ୟାପି ଫୁଲବାଣୀ ବନଖଣ୍ଡର ଜଙ୍ଗଲ ଧ୍ଵଂସ ହେବାକୁ ବସିଲାଣି। ଜଙ୍ଗଲର ମୂଲ୍ୟବାନ ବୃକ୍ଷ ଜଳିପଡ଼ି ନଷ୍ଟ ହେବା ସହ ବ୍ୟନ୍ୟପ୍ରାଣୀ ବିପଦରେ ଅଛନ୍ତି।

ଗତବର୍ଷ ମଧ୍ୟ ଏହିଭଳି ଗ୍ରୀଷ୍ମଋତୁ ଆରମ୍ଭରୁ କଳିଙ୍ଗା ଘାଟିର ଜଙ୍ଗଲରେ ନିଆଁର କରାଳ ରୂପ ଦେଖିବାକୁ ମିଳିଥିଲା। ଆଜି ଖବର ପାଇ ଫୁଲବାଣୀ ଡିଏଫଓ ପ୍ରଶାନ୍ତ ପଟେଲ, ସ୍ଥାନୀୟ ବନବିଭାଗ ଅଧିକାରୀ କାଜଲ ନାୟକ କଳିଙ୍ଗାରେ ପହଁଚି ସମସ୍ତ ବିଭାଗୀୟ କର୍ମଚାରୀଙ୍କ ସହାୟତାରେ ଜଙ୍ଗଲ ଭିତରେ ପ୍ରବେଶ କରି କନ୍ଧମାଳ ସୀମାରେ ଲାଇନ କାଟି ଶୁଖିଲା ପତ୍ର ଗୁଡିକୁ ସଫା କରିବାରେ ଲାଗିଛନ୍ତି। ଖବର ପାଇ ଫୁଲବାଣୀ ଡିଏଫଓ କଳିଙ୍ଗା ଘାଟିରେ ପହଞ୍ଚି ଜଙ୍ଗଲ ଭିତରେ ପ୍ରବେଶ କରି ନିଆଁକୁ କିଭଳି ଆୟତ୍ତ କରାଯାଇ ପାରିବ କିଭଳି ଆଗକୁ ନିଆଁ ବ୍ୟାପିବ ନାହିଁ ତାଉପରେ ବିଭାଗୀୟ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ।

ଗଞ୍ଜାମ ସୀମାର ଉଲିଙ୍ଗିଆ, ଭାଲିଙ୍ଗିଆ ଜଙ୍ଗଲ ପଟୁ ନିଆଁ ବ୍ୟାପିବା ସହ ସାରା ଜଙ୍ଗଲ ଧୂଆଁ ରେ ଭରି ରହିଥିଲା। ପ୍ରାୟ ୭କିମି ବ୍ୟାପି ଜଙ୍ଗଲରେ ନିଆଁ ବ୍ୟାପିଥିବା ସୂଚନା ମିଳିଥିବା ବେଳେ ସାରା ଅଞ୍ଚଳର ପରିବେଶ ବାୟୁମଣ୍ଡଳକୁ ଧୂଆଁ ରେ ଭରି ରହିଛି। ଜଙ୍ଗଲରେ ଲାଗିଥିବା ନିଆଁ ପାଇଁ ଜଙ୍ଗଲ ବିଭାଗ ଚିନ୍ତାରେ ପଡ଼ିଯାଇଛି। ନିଆଁର ଆଁ ଭିତରେ ପୁରା କଳିଙ୍ଗା ଘାଟି ପଶିଯାଇଥିବା ବେଳେ ଦିନକୁ ଦିନ ଅଣାୟତ ହେବାରେ ଲାଗିଛି ବନବିଭାଗର ନିଦ ହଜିଗଲାଣି। ବିଶାଳ ଜଙ୍ଗଲ ପୁଣି ଦୁଇଟି ବନବିଭାଗ ଅଧୀନରେ। ଘୁମୁସର ବନଖଣ୍ଡ କୁ ଫୁଲବାଣୀ ବନଖଣ୍ଡ। ବିପଦଶଙ୍କୁଳ ଘାଟି ଘାଟିର ପାର୍ଶ୍ଵ ରେ ଜଙ୍ଗଲ ପୁଣି ଗଡାଣିଆ।ନିଆଁ ଲିଭେଇବା କଷ୍ଟସାଧ୍ୟ।ଅନ୍ୟ ପକ୍ଷରେ ନିଆଁ ଲିଭାଇବା ନିମନ୍ତେ ବନବିଭାଗ ପାଖରେ ସାଧନର ଅଭାବ ସାଙ୍ଗକୁ ପର୍ଯ୍ୟାପ୍ତ କର୍ମଚାରୀଙ୍କ ଅଭାବ।ଗ୍ରୀଷ୍ମପ୍ରବାହ ବୃଦ୍ଧି ସାଙ୍ଗକୁ ଜଙ୍ଗଲ ନିଆଁ ଗରମ ଦ୍ୱିଗୁଣିତ କରିଦେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe