କରଦାଙ୍ଗି ଜଙ୍ଗଲରେ ନିଆଁ, ସଂକଟରେ ବନ୍ୟପ୍ରାଣୀ

ନିଆଁ ଲିଭାଇପାରୁନି ବନ ବିଭାଗ; ୧୩୯୫ ସ୍ଥାନରେ ଜଳୁଛି ଜଙ୍ଗଲ, ୧୮୫ଟି ବଡ଼ଧରଣର

କରଦାଙ୍ଗି : କରଦାଙ୍ଗି ଜଙ୍ଗଲରେ ଦୀର୍ଘ ୫ ଦିନ ହେଲା ନିଆଁ ଲାଗି ଯାଇଥିବାରୁ ବନ୍ୟପ୍ରାଣୀ ସଂକଟରେ। ନିଆଁରେ ଏକର ଏକର ଶାଳ, ପିଆଶାଳ ଜଙ୍ଗଲ ନଷ୍ଟ ହେବା ସହ ଜଙ୍ଗଲରେ ଥିବା ବନ୍ୟଜନ୍ତୁ ପ୍ରଭାବିତ ହେଉଛନ୍ତି। ୫ ଦିନ ହେବ କରଦାଙ୍ଗି ପଞ୍ଚାୟତ ଶ୍ରୀଧରପୁର ଗାଁ ମାଙ୍କଡ଼ଚୁଆ ସଂରକ୍ଷିତ ଜଙ୍ଗଲ, ଶିକେଶର ପାହାଡ଼, କମଳାବଣି ସାହି ଉପରେ ଥିବା ବାଉଁଶ ଦାଣ୍ଡି, ଚେପଟା ପୁଲି ପାହାଡ଼ରେ ନିଆଁ ଲାଗି ଜଙ୍ଗଲରେ ଥିବା ମୂଲ୍ୟବାନ ଗଛ ସହ ବିରଳ ଔଷଧୀୟ ଗୁଳ୍ମ ଜଳିପୋଡ଼ି ନଷ୍ଟ ହୋଇଗଲାଣି। ହୁତହୁତ ହୋଇ ଜଙ୍ଗଲରେ ନିଆଁ ଜଳିବା ଫଳରେ ବନ୍ୟଜନ୍ତୁଙ୍କ ଜୀବନ ଏବେ ସଂକଟରେ ପଡିଯାଇଛି। ନିଆଁ ଦାଉରୁ ନିଜକୁ ରକ୍ଷା କରିବା ପାଇଁ ବନ୍ୟଜନ୍ତୁ ସବୁ ଏଣେତେଣେ ଦୌଡୁଛନ୍ତି।

ମାଙ୍କଡ଼ଚୁଆ ଜଙ୍ଗଲରେ, ବାରାହା, କୁଟୁରା,ସମ୍ବର, ଝିଙ୍କ, ହରିଣ, ଆଦି ଜୀବଜନ୍ତୁ ବହୁସଂଖ୍ୟାରେ ରହୁଥିବା ବେଳେ ଜଙ୍ଗଲରେ ନିଆଁ ଲାଗିବା ଦ୍ବାରା ସେମାନଙ୍କ ସୁରକ୍ଷା ଏବେ ଚିନ୍ତାର ବିଷୟ ପାଲଟିଛି । ସରକାର ନୂତନ ଜଙ୍ଗଲ ସୃଷ୍ଟି ସହ ବନ୍ୟଜନ୍ତୁ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ପ୍ରାକୃତିକ ଜଙ୍ଗଲର ସୁରକ୍ଷା ଦିଗରେ ବନବିଭାଗ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe