ଜଳୁଛି କାଉଗୁଡ଼ା ଜଙ୍ଗଲ

Advertisment
ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଥମୁନି ନିଆଁ: ୧୦ ଦିନରେ ୧୪ ବନାଗ୍ନି

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ବନାଞ୍ଚଳ ସିକେରକୁପା ସେକ୍ସନ କିଡିଙ୍ଗ ବିଟ୍‌ର କାଉଗୁଡ଼ା ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗି ବହୁ ଗଛ ପୋଡ଼ି ନଷ୍ଟ ହେଉଛି। କୌଣସି ଦୁର୍ବୃତ୍ତ ଜାଣିଶୁଣି ନିଆଁ ଲଗାଇ ଦେଇଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ବର୍ତ୍ତମାନ ପର୍ଯ୍ୟନ୍ତ ଏନେଇ ବନ ବିଭାଗ ନିକଟରେ କୌଣସି ଖବର ନଥିବା ଜଣାପଡ଼ିଛି।

କିଛି ଦିନ ତଳେ ମୂଷାନାଳ ସେକ୍ସନ ପାତର ଡଙ୍ଗର ନିକଟରେ ଥିବା ଅରବାନ ପ୍ଲାଣ୍ଟରେ ନିଆଁ ଲାଗି ୭ ହଜାର ଗଛ ପୋଡ଼ି ଯାଇଥିବା ବେଳେ ମାତ୍ର ଏକ ସପ୍ତାହ ମଧ୍ୟରେ ଉକ୍ତ ସେକ୍ସନର ପଦ୍ମଥପା ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗି ମୂଲ୍ୟବାନ ଗଛ ପୋଡ଼ି ଯାଇଥିଲା। ସେହିପରି ବିଶ୍ୱନାଥପୁର ସେକ୍ସନ ବକଟପୁର ଜଙ୍ଗଲରେ ନିଆଁ ଲାଗି ବହୁ ମୂଲ୍ୟବାନ ଗଛ ପୋଡ଼ି ଯାଇଥିଲା। ଏହା ପରେ ପୋଖରୀବନ୍ଧ ନିକଟ ବରାଘାଟି, ଲାଞ୍ଜିଗଡ଼ ସେକ୍ସନ ଝିମିରି ଜଙ୍ଗଲ, ମୂଷାନାଳ ସେକ୍ସନ ବୁରୀ ଜଙ୍ଗଲରେ ନିଆଁ ଲାଗି ବହୁ ଗଛ ପୋଡ଼ି ଯାଇଛି।

ତେବେ ଜଙ୍ଗଲ ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଏଠାରେ ତାହା କୌଣସି କାମରେ ଆସୁନଥିବାର ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଅପରପକ୍ଷରେ ଜଙ୍ଗଲରେ ନିଆଁ ଲାଗି ବହୁ ଗଛ ପୋଡ଼ି ନଷ୍ଟ ହେଉଥିଲେ ମଧ୍ୟ ବିଭାଗ ଜାଣିନପାରିବା ଅଞ୍ଚଳବାସୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ତୁରନ୍ତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe