ମୋବିଲ୍‌ କାରଖାନା, ପାଳ ଗଦାରେ ଅଗ୍ନିକାଣ୍ଡ

Advertisment
ମୋବିଲ୍‌ କାରଖାନା, ପାଳ ଗଦାରେ ଅଗ୍ନିକାଣ୍ଡ

ରାଉରକେଲା: ଆଜି ସହରର ଦୁଇଟି ସ୍ଥାନରେ ପୃଥକ ପୃଥକ ଅଗ୍ନିକାଣ୍ଡ ଘଟିଛି। ମୋବିଲ ରିଫାଇନାରୀ କାରଖାନାରେ ଅଗ୍ନିକାଣ୍ଡ ଘଟି କାରଖାନା ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି। ଅନୁରୂପ ଭାବେ ବିଶ୍ରା ବ୍ଲକ କପାଟମୁଣ୍ଡା ବଡକାଟୋଲାରେ ଖଳାରେ ଅଗ୍ନିକାଣ୍ଡ ଘଟି ପାଳ ଗଦା ଜଳିଯାଇଛି। ବ୍ରହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ଫାଣ୍ଡି ଅନ୍ତର୍ଗତ ଖଇରବନ୍ଧର ଏକ ମୋବିଲ ରିଫାଇନାରି କାରଖାନ ତଥା ପିଚୁ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା। କାରଖାନାଟି ସମ୍ପୂର୍ଣ୍ଣ ଜଳି ଯାଇଛି। ୨ଟି ଅଗ୍ନିଶମ ଗାଡି ପହଁଚି ନିଆଁକୁ କାବୁ କରିଥିଲା। କାରଖାନାର ଯନ୍ତ୍ରପାତି ସହ ଲକ୍ଷାଧିକ ଟଙ୍କାର ବହୁ କଞ୍ଚାମାଲ ଜଳି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଅନୁରୂପ ଭାବେ ବିଶ୍ରା ବ୍ଲକ ଅନ୍ତର୍ଗତ କାପାଟମୁଣ୍ଡା ପଞ୍ଚାୟତର ବଡ଼କାଟୋଲା ଆଜି ପୂର୍ବାହ୍ନ ପ୍ରାୟ ୨ଟାରେ ଧାନଖଳାରେ ନିଆଁ ଲାଗିଥିଲା। ଫଳରେ ପାଳ ଗଦା ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଥିଲା। ସ୍ଥାନୀୟ ଲୋକେ ପହଞ୍ଚି ନିଆଁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସଫଳ ହୋଇ ନଥିଲେ। କିଛି ସମୟରେ ପରେ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। କାହାର କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe