କେନ୍ଦୁଝର : କେନ୍ଦୁଝର ସହର ଜନ ଗହଳିପୂର୍ଣ୍ଣ ମାଗୁର ଗାଡ଼ିଆ ଅଞ୍ଚଳସ୍ଥିତ ଏୟାର୍ସେଲ୍ ମୋବାଇଲ୍ ଟାଓ୍ଵାର୍ରେ ଆଜି ରାତି ପ୍ରାୟ ୧୦ଟା ସମୟରେ ନିଆଁ ଲାଗି ଯାଇଛି। ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁ ଅଘଟଣ ଘଟିଥିବା ଅନୁମାନ କରାଯାଉଛି। ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ସୂଚନା ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ମୋବାଇଲ୍ ଟାଓ୍ଵାର୍ରେ ନିଆଁ
Advertisment
Follow Us