ନୀଳଗିରି: ନୀଳଗିରି ସ୍ବର୍ଣ୍ଣଚୂଡ଼ ଜଙ୍ଗଲ ନିଆଁ ଲାଗି ନଷ୍ଟ ହେଲାଣି। ଏକର ଏକର ଜଙ୍ଗଲରେ ଥିବା ମୂଲ୍ୟବାନ ଗଛ ଏବଂ ବନ୍ୟଜନ୍ତୁ ଅସୁରକ୍ଷିତ ଅବସ୍ଥାରେ ରହିଛନ୍ତି । ସୂଚନା ମୁତାବକ ନୀଳଗିରି ରେଞ୍ଜ ଅଧୀନ ସୂର୍ଣ୍ଣଚୂଡ ଜଙ୍ଗଲର ଡାଇସାହି ନିକଟସ୍ଥ ଜଙ୍ଗଲରେ ନିଆଁ ଲାଗି ଏକର ଏକର ଜଙ୍ଗଲ ଜଳିଗଲାଣି । ନିଆଁ ଅଣାୟତ୍ତ ହେବାରେ ଲାଗିଛି।
ସମୟ ବଢିବା ସହ ନିଆଁର ପ୍ରକୋପ ବଢିବାକୁ ଲାଗିଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ନୀଳଗିରି ରେଞ୍ଜରେ ନିଆଁ ଲାଗିଥିବା ବେଳେ ଘଣ୍ଟା ଘଣ୍ଟା ହେବ ଜଙ୍ଗଲ ଜଳୁଥିଲେ ମଧ୍ୟ ବନବିଭାଗର ନିଘା ନାହିଁ,ସ୍ଥାନୀୟ ଲୋକେ ବାରମ୍ବାର ଜଣାଇବା ପରେ ମଧ୍ୟ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ନାହାନ୍ତି।
ଅଧିକ ପଢ଼ନ୍ତୁ: ଓଡ଼ିଶାରେ ବାଂଲାଦେଶୀଙ୍କ ଅନୁପ୍ରବେଶ ବଢୁଛି: କେନ୍ଦ୍ରାପଡ଼ାରେ ସର୍ବାଧିକ
ଯଦି ବନବିଭାଗ ପକ୍ଷରୁ ଫାୟାର ଲାଇନ ପ୍ରସ୍ତୁତ କରାଯାଇଥିଲା ତେବେ କିପରି ନିଆଁ ବ୍ୟାପୁଛି ତାକୁ ନେଇ ପ୍ରଶ୍ନ ଉଠିଛି। ବିଳମ୍ବରେ ଆସି ମାତ୍ର ଚାରି ଜଣ ବନକର୍ମଚାରୀଙ୍କ ଦ୍ବାରା ବ୍ଲୋଏର ସହାୟତାରେ ନିଆଁ ଲିଭା କାର୍ଯ୍ୟ ଆରମ୍ଭ ହୋଇଛି।
ଅଧିକ ପଢ଼ନ୍ତୁ: ବିଜେପି ସରକାରକୁ ଟାର୍ଗେଟ କଲେ ପୂର୍ବତନ ମନ୍ତ୍ରୀ ସୌରଭ ଭରଦ୍ୱାଜ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/03/10/DM7skBCaQQdfDUtbytIE.jpeg)