ବ୍ରହ୍ମଗିରି : କରୋନା ସମୟରେ ଲୋକେ ଘରୁ ବାହାରିବା ମାନେ ମୁହଁରେ ମାକ୍ସ ଲଗାଇ ଆସୁଛନ୍ତି। ଏହାରି ଭିତରେ ଏବେ ଧାନ କ୍ଷେତରେ ଅନେକ ସ୍ଥାନରେ ଫସଲ ଅମଳ ପରେ ନିଆଁ ଲଗାଇ ଦିଆଯାଉଛି। ମେସିନରେ ଧାନ ଅମଳ ହେବା ପରେ ଅଧାରୁ ନଡ଼ା କ୍ଷେତରେ ରହୁଛି। ଏହି ସବୁ ନଡ଼ାକୁ ନଷ୍ଟ କରିବା ପାଇଁ ନିଆଁ ଲଗାଇ ଦିଆଯାଉଛି। ନିଆଁ ଲାଗିବା ଯୋଗୁ ପ୍ରବଳ ଧୂଆଁ ସବୁଆଡେ ବ୍ୟାପି ଯାଉଛି। ଏମିତିକି ଏତେ ଜୋରରେ ଧୂଆଁ ବାହାରୁଛି ଯେ ରାସ୍ତାରେ ଯିବା ମୁକ୍ସିଲ ହୋଇ ପଡୁଛି। ବାଟ ଦେଖା ଯାଉନି। ଧୂଆଁରେ ଲୋକେ ଅଣନିଶ୍ବାସୀ ହୋଇ ପଡୁଛନ୍ତି।
ଧୂଆଁରେ ଲୋକେ ଅଣନିଶ୍ବାସୀ
Advertisment
Follow Us