ରସୁଲଗଡ଼ ଛକ ନିକଟସ୍ଥ ବସ୍ତିରେ ଭୟାବହ ଅଗ୍ନିକାଣ୍ଡ, ୨୦ରୁ ଊର୍ଧ୍ୱ ଘର ପୋଡ଼ି ପାଉଁଶ ଓ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ରସୁଲଗଡ଼ ଛକ ନିକଟସ୍ଥ ବସ୍ତିରେ ଭୟାବହ ଅଗ୍ନିକାଣ୍ଡ, ୨୦ରୁ ଊର୍ଧ୍ୱ ଘର ପୋଡ଼ି ପାଉଁଶ ଓ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଭୁବନେଶ୍ୱର: ସୋମବାର ଅପରାହ୍ନରେ ରସୁଲଗଡ଼ ଛକ  ଟ୍ରକ୍‌ ଟର୍ମିନସ୍ ନିକଟରେ ଥିବା ଏକ ବସ୍ତିରେ ଭୟାବହ ଅଗ୍ନିକାଣ୍ଡ ଘଟି ପାଖାପାଖି ୨୦ରୁ ୩୦ବଖରା ଘର ଜଳି ଧୂଳିସାତ ହୋଇଯାଇଛି। ବସ୍ତିବାସିନ୍ଦାଙ୍କ କହିବାନୁସାରେ, ବସ୍ତିରେ ରହୁଥିବା ଜନୈକ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହିତ ଝଗଡ଼ା କରିଥିଲେ। ଏହି ଝଗଡ଼ା ଅଧିକ ବଢ଼ିବାରୁ ସେ ରାଗରେ ଘରେ ନିଆଁ ଲଗାଇ ଦେଇଥିଲେ। ଯାହାକି ଅନ୍ୟ ଘରଗୁଡ଼ିକୁ ବ୍ୟାପି ଯାଇଥିଲା। କିଛି ବୁଝିବା ପୂର୍ବରୁ ଗୋଟିଏ ପରେ ଗୋଟିଏ ଘରେ ନିଆଁ ଲାଗି ଯାଇଥିଲା। ନିଆଁକୁ ଯେତେ ଲିଭାଇବା ପାଇଁ ଚେଷ୍ଟା କରିଥିଲେ ହେଁ ସମସ୍ତେ ଏଥିରେ ଅସଫଳ ରହିଥିଲେ।

publive-image

ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ତେବେ ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଓ ଆସବାବପତ୍ର ଜଳି ନଷ୍ଟ ହୋଇଯାଇଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଏଥିରେ କେତେ ଜଣେ ଆହତ ହୋଇଛନ୍ତି ତାର ସ୍ପଷ୍ଟ ହୋଇପାରି ନଥିଲା। ଅଗ୍ନିକାଣ୍ଡ ସ୍ଥଳରେ ପୁଲିସ୍ ଓ ଦମକଳ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe