ଗୋଦାମରେ ନିଆଁ ଲାଗିବା ଘଟଣା: ମାଲିକ ନାମରେ ମାମଲା

ଗୋଦାମରେ ନିଆଁ ଲାଗିବା ଘଟଣା: ମାଲିକ ନାମରେ ମାମଲା

public.app

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ଅରିଗାଁସ୍ଥିତ ପିଇଜି ବା ଘରୋଇ ଉଦ୍ୟୋଗ ଚାଉଳ ଗୋଦାମ ମାଲିକଙ୍କ ନାମରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ବିନିକା ଥାନାରେ ଏତଲା ଦିଆଯାଇଛି। ଏନେଇ କେସ୍‌ ନଂ ୩/୨୩ ଏକ ମାମଲା ରୁଜୁ ହୋଇଛି ବୋଲି ଆଇଆଇସି ପବିତ୍ର ସାହୁ ସୂଚନା ଦେଇଛନ୍ତି। ପୁଲିସର ସୂଚନା ଅନୁସାରେ, ଗୋଦମରେ ଗତ ୧୪ ତାରିଖ ଦିନ ମଣିଷକୃତ ଭାବେ ନିଆଁ ଲାଗି ହଜାର ହଜାର କୁଇଣ୍ଟାଲ ଚାଉଳ ପୋଡ଼ିଯାଇଥିଲା। ବିନିକା ଦମକଳ ବାହିନୀ ପହଞ୍ଚି ଏହି ନିଆଁକୁ ଆୟତ୍ତ କରିଥିଲେ।

ନିଆଁ ଲିଭା ସମୟରେ ବ୍ୟବହାର ହୋଇଥିବା ପାଣିରେ ବାକିତକ ଚାଉଳ ମଧ୍ୟ ନଷ୍ଟ ହୋଇଥିଲା। ଅନେକ ଦିନ ପରେ ମଧ୍ୟ ଯୋଗାଣ ବିଭାଗ କୌଣସି ପଦକ୍ଷେପ ନେଇଥିଲା। ‌ଫଳରେ ବିଭାଗ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଛି ବୋଲି ସାଧାରଣରେ ଅଭିଯାଗ ଉଠିଥିଲା। ୨୫ ଦିନ ପରେ ଏସିଏସ୍‌ଓ ତ୍ରିନାଥ ଭୋଇ ଗୋଦାମ ପରିଦର୍ଶନ କରି ଗୋଦାମରେ ଚାଉଳ ହେରଫେର ହୋଇଥିବା ନେଇ ଶୁକ୍ରବାର ବିନିକା ଥାନାରେ ଏତଲା ଦେଇଥିଲେ। ଥାନା ଆଇଆଇସି ଶ୍ରୀ ସାହୁଙ୍କୁ ପଚରାଯିବାରୁ ଯୋଗାଣ ବିଭାଗ ସବିଶେଷ ତଥ୍ୟ ଏସିଏସ୍‌ଓ ଦେଇନାହାନ୍ତି, ଶନିବାର ସମସ୍ତ ତଥ୍ୟ ମାଗିବେ ବୋଲି ସେ କହିଥିଲେ।

ଏନେଇ ସିଏସଓ ଓ ଏସିଏସ୍‌ଓଙ୍କୁ ବାରମ୍ବାର ଫୋନ୍‌ ଯୋଗେ ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଫୋନ୍‌ ଉଠାଇ ନଥିଲେ। ଅନ୍ୟପକ୍ଷରେ ଗୋଦାମ ପୋଡ଼ି ଘଟଣା ପରେ ଗତ ୩୦ ତାରିଖ ଦିନ ବିନିକା ସବ୍‌ରେଜି‌ଷ୍ଟ୍ରି ଅଫିସରେ ଏହି ଗୋଦାମ ବିକ୍ରୟ ହୋଇଯାଇଥିବା ଜନସାଧାରଣରେ ଆଲୋଚନା ହେଉଛି। ଯୋଗାଣ ବିଭାଗର ଅଜାଣତରେ ମାଲିକ କିପରି ଗ‌ୋଦାମ ବିକିଲେ ବୋଲି ପ୍ରଶ୍ନ ଉଠୁଛି। ଏହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe