ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗି ବହୁ ବାଉଁଶ ଗଛ ପୋଡ଼ିଗଲା

Advertisment
ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗି ବହୁ ବାଉଁଶ ଗଛ ପୋଡ଼ିଗଲା

ବାଉଁଶୁଣି/କଣ୍ଟାମାଳ : ବୌଦ୍ଧ ଜିଲ୍ଲା ମନୁପାଲି ପଞ୍ଚାୟତ ଶୁଆପାବୁଲି ଗ୍ରାମ୍ୟ ଜଙ୍ଗଲରେ ଶନିବାର ନିଆଁ ଲାଗି ବହୁ ସଂଖ୍ୟାରେ ବାଉଁଶ ଗଛ ପୋଡ଼ିଯାଇଛି।

ପ୍ରକାଶ ଯେ, ଶନିବାର ଦିନ ୧ଟା ସମୟରେ କେହି ଜଣେ ଅସାଧୁ ବ୍ୟକ୍ତି ନିଆଁ ଲଗାଇ ଦେଇଥିଲା। ଗ୍ରାମବାସୀ, ସମାଜସେବୀ ଲବକୁମାର ଶତପଥୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ଚେଷ୍ଟା କରିଥିଲେ। ପରେ ମନମୁଣ୍ଡା ବନ ବିଭାଗ କର୍ମଚାରୀମାନେ ଓ ବାଉଁଶୁଣୀ ଦମକଳ ବାହିନୀ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ। ଅଁଳାପାଲି, ଟାଟରକିଲା ପରେ ଶୁଆପାବୁଲି ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗିବା ତୃତୀୟ ଘଟଣା ବୋଲି ବାଉଁଶୁଣି ଫାୟାର ଅଫିସର ହୃଷୀକେଶ ପଟ୍ଟନାୟକ କହିଛନ୍ତି। ଜଙ୍ଗଲ ବିଭାଗ ପକ୍ଷରୁ ଏଦିଗରେ ଲୋକଙ୍କୁ ସଚେତନ କରାଯିବାକୁ ସାଧରଣରର ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe