ଥମୁନି ଶିମିଳିପାଳ ନିଆଁ; ପୁଣି ୫୨ଟି ଫାୟାର୍ ପଏଣ୍ଟ୍ ଚିହ୍ନଟ

Advertisment

ବନ ବିଭାଗର ପାରିବା ପଣିଆକୁ ନେଇ ପ୍ରଶ୍ନବାଚୀ

ବନ ବିଭାଗର ପାରିବା ପଣିଆକୁ ନେଇ ପ୍ରଶ୍ନବାଚୀ

ଥମୁନି ଶିମିଳିପାଳ ନିଆଁ; ପୁଣି ୫୨ଟି ଫାୟାର୍ ପଏଣ୍ଟ୍ ଚିହ୍ନଟ

ବାରିପଦା: ଶିମିଳିପାଳ ନିଆଁ ଥମିବାର ନାମ ନେଉନାହିଁ। ଏବେ ମଧ୍ୟ ଅଭୟାରଣ୍ୟ ଜଳୁଛି । ନୂଆ ନୂଆ ସ୍ଥାନକୁ ଏହି ନିଆଁ ବ୍ୟାପୁଛି। ଶିମିଳିପାଳ ସାଉଥ ଅଧୀନରେ ଥିବା ଉପର ବାରହାକାମୁଡ଼ା ୱାଇଲଡ୍ ଲାଇଫର ଚମ୍ପାଗଡ଼, ଡୁକୁରା ୱାଇଲଡ୍ ଲାଇଫ ଅଧୀନ ମାନିକପୁର, ଫୁଲବାଡ଼ିଆ ଅଞ୍ଚଳରେ ୧୦ଟି ସ୍ଥାନ, ଜେନାବିଲ ୱାଇଲଡ୍ ଲାଇଫ ଅଧୀନ ଚୌଧୁରୀଗଡ଼, କୁଳିପାଳ ଆଦି ଅଞ୍ଚଳରେ ୪ଟି ସ୍ଥାନ, ନଅଣା ସାଉଥ ୱାଇଲଡ୍ ଲାଇଫ ଅଧୀନ ଚାଟଦଣ୍ଡା, ଧୁଡ଼ୁରୁଚମ୍ପା-୧ ଆଦି ଅଞ୍ଚଳର ୪ଟି ସ୍ପଟ୍ରେ ଓ ନଅଣା ନର୍ଥ ୱାଇଲଡ୍ ଲାଇଫ ଅଧୀନ ଖଡ଼କେଇ-୧ ଅଞ୍ଚଳର ୭ଟି ସ୍ଥାନ, ନେସନାଲ ପାର୍କ ୱାଇଲଡ୍ ଲାଇଫ ଅଧୀନ ଖଜୁରୀ-୧, ବକୁଆ-୧ରେ ନିଆଁ ଲାଗିଛି।

ଏହିପରି ୨ଟି ସ୍ପଟ୍ରେ, ପିଠାବଟା ସାଉଥ ଅଧୀନ ଅନ୍ଧେରୀତୋଟା- ୧ ଓ ୨, ବାଂଶଖାଲ-୧, ଗୋପୀନାଥପୁର ଆଦି ଅଞ୍ଚଳର ୧୬ଟି ସ୍ପଟରେ ଏବଂ ପିଠାବଟା ନର୍ଥ ୱାଇଲଡ୍ ଲାଇଫ ଅଧୀନ ଚାକିଡ଼ି-୧, ଫୁଲଝରୀ ଅଞ୍ଚଳର ୨ଟି ସ୍ପଟ୍ରେ, ଶିମିଳିପାଳ ନର୍ଥ ୱାଇଲଡ୍ ଲାଇଫ ଅଧୀନ କେନ୍ଦୁମୁଣ୍ଡି ୱାଇଲଡ଼ ଲାଇଫ ଅଞ୍ଚଳ କିଆଝରିର ୨ ସ୍ଥାନ, ଶିମିଳିପାଳ ନର୍ଥ ୱାଇଲଡ୍ ଲାଇଫ ଅଧୀନ ଚହଲା ୱାଇଲଡ୍ ଲାଇଫ ଅଞ୍ଚଳର ରାଜପାଳ ଓ ହଳଦିହାର ୩ଟି ସ୍ପଟ ଏବଂ ଶିମିଳିପାଳ ନର୍ଥ ଠାକରମୁଣ୍ଡା ୱାଇଲଡ୍ ଲାଇଫ ଅଧୀନ ଚମ୍ପାଝର ସ୍ପଟକୁ ମିଶାଇ ଶିମିଳିପାଳ ଅଭୟାରଣ୍ୟର ମୋଟ ୫୨ଟି ସ୍ପଟରେ ନିଆଁ ଜଳୁଥିବାର ଜଣାପଡ଼ିଛି ।

publive-image

ଗତକାଲି ୪୬ଟି ସ୍ପଟରେ ନିଆଁ ଲାଗିଥିବା ବେଳେ ଆଜି ଏହି ସଂଖ୍ୟା ୫୨କୁ ବୃଦ୍ଧି ପାଇଛି । ଏଥି ସହିତ ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳରେ ଥିବା କେତେକ ନୂଆ ସ୍ପଟରେ ନିଆଁ ଲାଗିଥିବାର ଜଣାପଡ଼ିଛି । କୋର ଅଞ୍ଚଳରେ କୌଣସି ଜନବସତି ନ ଥିବା ସାଙ୍ଗକୁ ଏହା ସାଧାରଣ ଜନତାଙ୍କ ନିମନ୍ତେ ନିଷିଦ୍ଧାଞ୍ଚଳ ହୋଇଥିବା ବେଳେ ଏଠାରେ ନିଆଁ ଲଗାଇଲା କିଏ ବୋଲି ପ୍ରଶ୍ନ ଉଠିବା ସାଙ୍ଗକୁ ଶିମିଳିପାଳ ଅଭୟାରଣ୍ୟରେ ଜଳୁଥିବା ନିଆଁ ଗୋଟାଏ ପରେ ଗୋଟାଏ ଅଞ୍ଚଳକୁ ବ୍ୟାପିବା ବନ ବିଭାଗର ପାରିବା ପଣିଆ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରାଉଛି ।

ତେବେ ଶିମିଳିପାଳରେ ନିଆଁ ଜଳୁଥିବା ବିଷୟରେ ସତ୍ୟାସତ୍ୟ ଜାଣିବା ଏବଂ ନିଆଁକୁ ଲିଭାଇବା ନିମନ୍ତେ କେଉଁ ପଦକ୍ଷେପ ଗ୍ରହଣ କରାଯାଇଛି ସେଥି ନିମନ୍ତେ ଆରସିସିଏଫ ଯୁଗ ଜୟାନନ୍ଦ କହିଛନ୍ତି ଯେ ଶିମିଳିପାଳ ସାଉଥରେ ୩୫ଟି ଓ ନର୍ଥରେ ୩୪ଟି ସ୍ପଟରେ ନିଆଁ ଲାଗିଥିଲା ଏବଂ ସବୁ ସ୍ଥାନରେ ବନ ବିଭାଗ କର୍ମଚାରୀମାନେ ପହଁଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ନିମନ୍ତେ ଉଦ୍ୟମ ଜାରି ରଖିଥିଲେ ବୋଲି କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe