ନିଆଁ ଲାଗି ପୋଡିଗଲା ଦୁଇ ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

Advertisment
ନିଆଁ ଲାଗି ପୋଡିଗଲା ଦୁଇ ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ବୌଦ୍ଧ : ବୁଧବାର ମଧ୍ୟରାତ୍ରିରେ ବୌଦ୍ଧ ନୂଆଁସାହି ଛକରେ ଥିବା ୨ଟି ଦୋକାନ ପୋଡ଼ି ଭସ୍ମୀଭୂତ ହୋଇଯାଇଛି। ‌ଅଗ୍ନିଶମ ବିଭାଗ ଆସି ନିଆଁ ଲିଭାଇବା ବେଳକୁ ସବୁ ପୋଡ଼ି ପାଉଁଶ ହୋଇ ସାରିଥିଲା।

ସୂଚନା ଅନୁସାରେ ନୂଆଁସାହି ଛକରେ ପ୍ରସନ୍ନ ବେହେରାଙ୍କ ଜଳଖିଆ ଦୋକାନ ଓ ସୁରଥ ରାଉତଙ୍କ ପାନ ଦୋକାନ ରହିଛି। ସବୁ ଦିନ ଭଳି ଉଭୟେ ଗତ ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ରାତି ପ୍ରାୟ ୧.୩୦ମି.ରେ ଦୋକାନରେ ନିଆଁ ଲାଗିଥିବା ଜାଣିପାରିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହ ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ। ଅଗ୍ନିକାଣ୍ଡରେ ଦୋକାନର ଜିନିଷପତ୍ର, ଫ୍ରିଜ ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ଜଣାଯାଇଛି। ଦୋକାନ ନିକଟରେ ଥିବା ମଦନ ସ୍ବାଇଁଙ୍କ କାର ଓ ଏକ ବାଇକ ଜଳିଯାଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe