କରଞ୍ଜିଆ ଗୋଲେଇ: ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଶିମିଳିପାଳ ଅଭୟାରଣ୍ୟରେ ପୁଣି ନିଆଁ ଲାଗିଛି। ଅଭୟାରଣ୍ୟର କୋର୍ ଓ ବଫର୍ ଏରିଆକୁ ମିଶାଇ ମୋଟ୍ ୨୮ଟି ପଏଣ୍ଟରେ ନିଆଁ ଲାଗିଛି। ଦିନବେଳା ସାଟେଲାଇଟ୍ ରିପୋର୍ଟ ଆସିବା ପରେ ନିଆଁ ଲିଭାଇବା କାର୍ଯ୍ୟରେ ବନ ବିଭାଗ କର୍ମଚାରୀ ନିୟୋଜିତ ଅଛନ୍ତି।
କିଛି ସ୍ଥାନରେ ନିଆଁ ଲିଭିଥିବା ବେଳେ ଆଉ କିଛି ସ୍ଥାନରେ ନିଆଁ ଲିଭେଇବା ଜାରି ରହିଛି ବୋଲି ଆଞ୍ଚଳିକ ମୁଖ୍ୟ ବନ୍ୟ ସଂରକ୍ଷକ ତଥା କ୍ଷେତ୍ର ନିର୍ଦ୍ଦେଶକ ଟି.ଅଶୋକ କୁମାର ସୂଚନା ଦେଇଛନ୍ତି। ସେହିପରି ଉତ୍ତର ଶିମିଳିପାଳର ଚହଲା ରେଞ୍ଜରେ ଦୁଇଟି ପଏଣ୍ଟ ଓ ତାଳବନ୍ଧ ରେଞ୍ଜର ୮ଟି ପଏଣ୍ଟରେ ନିଆଁ ଲାଗିଥିବା ଜଣାପଡ଼ିଛି।
Follow Us