Placer of large stones in a stone quarry close-up. Mining industry.
ଭୁବନେଶ୍ବର: ଦେଶରେ ଥିବା ଲୌହଭିତ୍ତିକ ଶିଳ୍ପ ସ˚ସ୍ଥାଗୁଡ଼ିକର କଞ୍ଚାମାଲ ଚାହିଦାର ସି˚ହଭାଗ ପୂରଣ କରୁଥିବା ଓଡ଼ିଶାରେ ଲୁହାପଥର ଉତ୍ପାଦନ ଯଥେଷ୍ଟ ହ୍ରାସ ପାଇଛି। ୨୦୧୯ ଜାନୁଆରିରୁ ନଭେମ୍ବର ମଧୢରେ ଓଡ଼ିଶା ଖଣିଗୁଡ଼ିକରୁ ୧୨ କୋଟି ୩୮ ଲକ୍ଷ ଟନ୍ ଲୁହାପଥର ଉତ୍ପାଦନ ହୋଇଥିବା ବେଳେ ଏ ବର୍ଷ ସେହି ସମୟ ମଧୢରେ ଉତ୍ପାଦିତ ହୋଇଛି ୯ କୋଟି ୮୦ ଲକ୍ଷ ଟନ୍। ଫଳରେ ଚାହିଦା ଅନୁପାତରେ ଯୋଗାଣ ହୋଇପାରୁ ନାହିଁ। ପରିଣାମ ସ୍ବରୂପ ଗତ ମାର୍ଚ୍ଚରୁ ୬ ମାସ ଧରି ଲୁହାପଥର ଓ ପେଲେଟ୍ ମୂଲ୍ୟ ପ୍ରାୟ ୪୦% ବୃଦ୍ଧି ପାଇଛି। ଚାହିଦା ମୁତାବକ ଉତ୍ପାଦନ ହେଉ ନଥିବାରୁ ଭାରତୀୟ ଲୁହାପଥର ବଜାରରେ ନିଆଁ ଲାଗିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ଏବ˚ ଦେଶର ଲୌହଭିତ୍ତିକ ଶିଳ୍ପ ସ˚ସ୍ଥାଗୁଡ଼ିକ କଞ୍ଚାମାଲ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ସଙ୍କଟ ସମାଧାନ ଲାଗି ଅଲ୍ ଇଣ୍ତିଆ ଫର୍ଣ୍ଣେସ୍ ଇଣ୍ତକ୍ସନ୍ ସ˚ଘ (ଏଆଇଆଇଏଫ୍ଏ), ଭାରତୀୟ ଇସ୍ପାତ ସ˚ଘ (ଆଇଏସ୍ଏ) ଓ ଭାରତୀୟ ଖଣିଜ ଶିଳ୍ପ ମହାସ˚ଘ (ଫିମି)ର କର୍ମକର୍ତ୍ତାମାନେ ଇତିମଧୢରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଫେରାଦ ହେବା ପରେ ବିଦେଶକୁ ଲୁହାପଥର ରପ୍ତାନୀରେ ସ୍ବଳ୍ପ ମିଆଦି ନିଷେଧାଦେଶ ଜାରି କରିବାକୁ କେନ୍ଦ୍ର ସରକାର ଚିନ୍ତା କରୁଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ପ୍ରସ୍ତାବିତ ନିଷେଧାଜ୍ଞା ୬୨% ଓ ତଦୁର୍ଦ୍ଧ୍ବ ଗ୍ରେଡ୍ ଲୁହାପଥର ପାଇଁ ଲାଗୁ ହେବା ସମ୍ଭାବନା ଅଛି।
ଅନ୍ୟ ପକ୍ଷରେ ଲୁହାପଥର ସଙ୍କଟର ସମାଧାନ ଲକ୍ଷ୍ୟରେ ଖଣି ନିର୍ଦ୍ଦେଶାଳୟ ପଦକ୍ଷେପ ନେଉଥିବା ମଧୢ ଜଣାପଡ଼ିଛି। ଖଣି ନିର୍ଦ୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ଚୁକ୍ତି ଅନୁସାରେ ଲୁହାପଥର ଉତ୍ତୋଳନରେ ବିଫଳ ଖଣି ଲିଜ୍ଧାରୀଙ୍କୁ ଜରିମାନା କରିବାକୁ ରାଜ୍ୟ ଖଣି ନିର୍ଦ୍ଦେଶାଳୟ ସରକାରଙ୍କୁ ସୁପାରିସ୍ କରିଛି। ସୂଚନା ଅନୁସାରେ ଇ-ନିଲାମରେ ଖଣି ପାଇଥିବା ଲିଜ୍ଧାରୀମାନେ ପ୍ରଥମ ଦୁଇ ବର୍ଷରେ ପୂର୍ବ ବର୍ଷ ଉତ୍ତୋଳିତ ଲୁହାପଥରର ୮୦% ଉତ୍ପାଦନ କରିବାକୁ ‘ଖଣି ବିକାଶ ଓ ଉତ୍ପାଦନ ଚୁକ୍ତି (ଏମ୍ଡ଼ିପିଏ) ସ୍ବାକ୍ଷର କରିଥିଲେ। ଧାର୍ଯ୍ୟ ଲକ୍ଷ୍ୟ ପୂରଣରେ ବିଫଳ ହୋଇଥିବା ଲିଜ୍ଧାରୀଙ୍କ ବ୍ୟାଙ୍କ ଗ୍ୟାରେଣ୍ଟିରୁ ସରକାର ୨୪% ବାଜ୍ୟାପ୍ତି କରିବାକୁ ନିର୍ଦ୍ଦେଶାଳୟ ପ୍ରସ୍ତାବ ଦେଇଛି। ଏଥି ସହ ଲିଜ୍ଧାରୀମାନେ ଚୁକ୍ତି ଅନୁଯାୟୀ ଯେତେ ଟନ୍ କମ୍ ଉତ୍ତୋଳନ କରିଥିବେ, ତା’ ଉପରେ ବଜାର ଦରର ୧% ହିସାବରେ ଜରିମାନା ଦେବେ ଏବ˚ ଉତ୍ତୋଳିତ ହୋଇନଥିବା ଲୁହାପଥରକୁ ହିସାବ କରି ସେ ବାବଦରେ ରୟାଲ୍ଟି ମଧୢ ଅସୁଲ କରାଯିବ। ସୁତରା˚ ବିଭିନ୍ନ ସମସ୍ୟା ଯୋଗୁଁ ଧାର୍ଯ୍ୟ ଲକ୍ଷ୍ୟ ଉତ୍ପାଦରେ ବିଫଳ ହୋଇଥିବା ଲିଜ୍ଧାରୀଙ୍କ ଉପରେ ବିପୁଳ ଆର୍ଥିକ ଚାପ ପଡ଼ିବ। ଏକ ପକ୍ଷରେ ହାରାହାରି ବିକ୍ରି ମୂଲ୍ୟର ୧୫୦% ପର୍ଯ୍ୟନ୍ତ ଡାକଦେଇ ନିଲାମ ପାଇଥିବା ଲିଜ୍ଧାରୀମାନେ ସମ୍ଭାବ୍ୟ କ୍ଷତି ଆଶଙ୍କାରେ ଖଣି କାର୍ଯ୍ୟ ଆରମ୍ଭ କରୁନଥିବା ବେଳେ ପ୍ରସ୍ତାବିତ ଜରିମାନା ଦଣ୍ତ ପୁନର୍ବାର ସେମାନଙ୍କୁ ହତୋତ୍ସାହ କରିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ।
ଉଲ୍ଲେଖଯୋଗ୍ୟ, ସୁପ୍ରିମ୍ କୋର୍ଟଙ୍କ ୨୦୧୮ ଅଗଷ୍ଟ ୨ତାରିଖ ରାୟରେ ଥିବା କଟକଣା ଏବ˚ ଜଙ୍ଗଲ ଓ ପରିବେଶ ଅନୁମତି ଆଦି ବିଭିନ୍ନ କାରଣରୁ ଓଡ଼ିଶାର ୨୦ଟି ଲୁହାପଥର ଖଣି ଦୀର୍ଘ ବର୍ଷରୁ ବନ୍ଦ ରହିଛି। ପୁଣି ଚଳିତ ବର୍ଷ ଜାନୁଆରିରେ ନିଲାମ ହୋଇଥିବା ୨୪ଟି ଲୁହାପଥର ଖଣି ମଧୢରୁ ମାତ୍ର ୫ଟିରେ ଉତ୍ତୋଳନ ଏବ˚ ଚାଲାଣ ଯଥାକଥା ଆରମ୍ଭ ହୋଇଛି। ଫଳରେ ୨୦୧୯ ଏପ୍ରିଲରୁ ସେପ୍ଟେମ୍ବର ମଧୢରେ ରାଜ୍ୟରେ ଯେତିକି ପରିମାଣରେ ଲୁହାପଥର ଉତ୍ତୋଳିତ ହୋଇଥିଲା, ଏ ବର୍ଷ ସେହି ସମୟରେ ଉତ୍ତୋଳନ ୫୦% ହ୍ରାସ ପାଇ ୪ କୋଟି ୭୦ ଲକ୍ଷ ଟନ୍ରେ ପହଞ୍ଚିଥିଲା। ସେଥିରେ ନୂଆ ଲିଜ୍ ପାଇଥିବା ଜିନ୍ଦଲ ଷ୍ଟିଲ୍ ଵାର୍କ୍ସ (ଜେଏସ୍ଡବ୍ଲ୍ୟୁ)ର ନୂଆଗାଁ, ଜଜାଙ୍ଗ, ନାରାୟଣପୋଷି ଓ ଗଣୁଆ ଏବ˚ ଆର୍ସେଲର୍-ମିତ୍ତଲ ଖଣିର ଅବଦାନ ମାତ୍ର ୪୦ ଲକ୍ଷ ଟନ୍। ଇ-ନିଲାମରେ ଗତ ଜାନୁଆରିରେ ଖଣି ହାତେଇଥିବା ଅନ୍ୟାନ୍ୟ ଲିଜ୍ଧାରୀମାନେ ଏ ପର୍ଯ୍ୟନ୍ତ ଲୁହାପଥର ଉତ୍ତୋଳନ ଆରମ୍ଭ କରି ନାହାନ୍ତି। ଖଣି ବିଶେଷଜ୍ଞଙ୍କ ମତରେ କରୋନା ପ୍ରତିଷେଧକ ଟୀକାକରଣ ସାର୍ବଜନୀନ ହେବା ପରେ ଖଣି କାର୍ଯ୍ୟକଳାପ ଗତିଶୀଳ ହେବା ସମ୍ଭାବନା କ୍ଷୀଣ। ସୁତରା˚ ଆଗାମୀ ବର୍ଷର ଶେଷ ତ୍ରୈମାସିକ ପୂର୍ବରୁ ଖଣିଜ ଉତ୍ତୋଳନ ସ୍ବାଭାବିକ ହେବ ନାହିଁ। ତେଣୁ ଲୁହାପଥର ସମେତ ଅନ୍ୟାନ୍ୟ ଖଣିଜ ଦ୍ରବ୍ୟର ବଜାର ମୂଲ୍ୟ ହ୍ରାସ ପାଇବାକୁ ଆହୁରି ବର୍ଷେ କାଳ ଅପେକ୍ଷା କରିବାକୁ ପଡ଼ିବ।
ସେପଟେ ଇସ୍ପାତ ଉତ୍ପାଦନ ବୃଦ୍ଧିକରି ଚାଲିଥିବା ଚୀନ୍ ଓଡ଼ିଶାରୁ ଲୁହାପଥର ଆମଦାନି ଜାରି ରଖିଛି। ଦେଶରେ ୬୨% ଗ୍ରେଡ୍ ଠାରୁ କମ ମାନର ଲୁହାପଥର ଉପଯୋଗ ପାଇଁ ବୈଷୟିକ କୌଶଳ ନଥିବାରୁ ରାଜ୍ୟ ଖଣି ଅଞ୍ଚଳରେ ପଡ଼ି ରହିଥିବା ୫୮%ରୁ ୬୧% ଗ୍ରେଡ଼୍ ମାନର ଲୁହାପଥର ରପ୍ତାନି କରିବାକୁ ଲିଜ୍ଧାରୀମାନେ ବାଧୢ ହେଉଛନ୍ତି। ୫୮% ଗ୍ରେଡ୍ ଯାଏ ଲୁହାପଥର ପାଇଁ ରପ୍ତାନି ଟିକସ ପଡୁନଥିବାରୁ ଖଣିଜ ବ୍ୟବସାୟୀମାନେ ସେହି ମାନ ଦର୍ଶାଇ ୬୧% ଗ୍ରେଡ୍ ପର୍ଯ୍ୟନ୍ତ ଲୁହାପଥର ରପ୍ତାନି କରୁଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ଗତ ବର୍ଷ ତୁଳନାରେ ଏ ବର୍ଷ ଲୁହାପଥର ଗୁଣ୍ତ (ଫାଇନ୍ସ) ରପ୍ତାନି ୧୩୩% ବୃଦ୍ଧି ପାଇ ୩ କୋଟି ୭୬ ଲକ୍ଷ ଟନ୍ ଟପିଥିବା ଜଣାପଡ଼ିଛି। ତେଣୁ କେଉଁ ମାନର ଲୁହାପଥର ରପ୍ତାନିରେ କେନ୍ଦ୍ର ସରକାର ନିଷେଧାଜ୍ଞା ପ୍ରୟୋଗ କରିବେ, ତାହା ଦେଖିବାକୁ ବାକି ରହିଲା।
Follow Us