ଶ୍ରୀମନ୍ଦିର ରୋଷ ଘରେ ନିଆଁ ଲାଗିଲା

Advertisment
ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ: ଦୁଇଘଣ୍ଟା ଦର୍ଶନ ବନ୍ଦ

atlasobscura.com

ପୁରୀ : ଶନିବାର ବିଳମ୍ୱିତ ରାତିରେ ଶ୍ରୀମନ୍ଦିର ରୋଷଘର ସର ଘରେ ନିଆଁ ଲାଗିଥିବା ଚର୍ଚ୍ଚା ହେଉଛି। ଯଦ୍ୱାରା ସର ଘରେ ଥିବା ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ଯାଇଥିବା ଶୁଣିବାକୁ ମିଳିଛି।

ମିଳିଥିବା ସୂଚନା ମୁତାବକ, ଶନିବାର ବିଳମ୍ୱିତ ରାତିରେ ଯମୁନା କୁଅ ନିକଟରେ ଥିବା ସର ଘରେ ନିଆଁ ଲାଗିଥିବା ଚର୍ଚ୍ଚା ହୋଇଥିଲା। ଏହି ନିଆଁ ଲାଗିବା ସମ୍ପର୍କରେ ସିଂହଦ୍ବାର ଅଗ୍ନିଶମକୁ ଖବର ଦିଆଯାଇଥିଲା। କିନ୍ତୁ ଅଗ୍ନିଶମ ବିଭାଗ ପହଞ୍ଚିବା ବେଳକୁ ସମ୍ପୃକ୍ତ ସୁଆର ମହାସୁଆର ସେବକମାନେ ନିଆଁକୁ ଆୟତ କରିସାରିଥିଲେ। ଫଳରେ ଅଗ୍ନିଶମ ବିଭାଗକୁ ନିରାଶ ହୋଇ ଫେରିଥିଲେ। ତେବେ ଏ ସମ୍ପର୍କରେ ସୁଆର ମହାସୁଆର ନିଯୋଗ ସଭାପତି ନାରାୟଣ ମହାସୁଆରଙ୍କୁ ଯୋଗାଯୋଗ କରିଥିଲେ ବି ତାଙ୍କ ମତାମତ ମିଳିପାରିନାହିଁ। ଅନ୍ୟ ସୁଆର ମହାସୁଆର ସେବକ କିନ୍ତୁ ଏଭଳି ଘଟଣା ଘଟିଥିବା ସ୍ବୀକାର କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe