ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟରେ ନିଆଁ; ଜଳିଗଲା କାଗଜପତ୍ର

ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟରେ ନିଆଁ; ଜଳିଗଲା କାଗଜପତ୍ର

ଧର୍ମଶାଳା : ଧର୍ମଶାଳା ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରୀ (ସିଡିପିଓ)ଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ତ ଘଟି କେତେକ କାଗଜପତ୍ର ଓ ସାମଗ୍ରୀ ଜଳିଯାଇଛି। ଏଠାରେ ଥିବା ଏକ ଷ୍ଟାଣ୍ତ୍ ଫ୍ୟାନ୍ ପୋଡ଼ି ଯାଇଥିବାରୁ ବିଦ୍ୟୁତ୍ ସଟସର୍କିଟ୍ ପାଇଁ ଏହି ଅଗ୍ନିକାଣ୍ତ ଘଟିଥିବା ସନ୍ଦେହ କରାଯାଉଛି। ଫ୍ୟାନଟି ଖରାପ ଥିବାବେଳେ ଏଥିରେ କିନ୍ତୁ ବିଦ୍ୟୁତ୍ ସଂଯୋଗ ରହିଥିଲା। ଫ୍ୟାନ୍‌ଟି ପୋଡ଼ିଯିବା ସହିତ ନିକଟରେ ଥିବା କିଛି ଅଦରକାରୀ କାଗଜପତ୍ର ଜଳିଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏକ ଖରାପ ଫ୍ୟାନ୍‌ରେ କିଏ ବିଦ୍ୟୁତ୍ ସଂଯୋଗ ଦେଇଥିଲା ତାହା ତଦନ୍ତସାପେକ୍ଷ।

publive-image

ପ୍ରକାଶ ଯେ ଜାରକାସ୍ଥିତ ଆଇସିଡିଏସ୍‌ କାର୍ଯ୍ୟାଳୟର ଉପର ମହଲାରୁ ମଙ୍ଗଳବାର ସକାଳେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଏ ସଂପର୍କରେ ଖବର ପାଇ କର୍ମଚାରୀମାନେ ତୁରନ୍ତ ଆସି ସ୍ଥାନୀୟ ଯୁବକଙ୍କ ସହଯୋଗରେ ନିଆଁ ଲିଭାଇଥିଲେ। ଫଳରେ ଏକ ବଡ଼ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇଥିଲା। ପରେ ଚଣ୍ତିଖୋଲ ଦମକଳ ବାହିନୀ ଘଟଣାସ୍ଥଳରେ ପହ‌ଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe