ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ, ଜଳିଗଲା ୩ଟି ବଗି

Advertisment
ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ, ଜଳିଗଲା ୩ଟି ବଗି

ପୁରୀ: ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସ୍‌ରେ ଶୁକ୍ରବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ଏକ୍ସପ୍ରେସ୍‌ର ୩ଟି ବଗିରେ ନିଆଁ ଲାଗି ଯାଇଥିବା ସୂଚନା ରହିଛି। ତେବେ, ଜାଣିବାକୁ ମିଳିଛି ଯେ ଟ୍ରେନ୍‌ରେ ନିଆଁ ଲାଗିବା ବେଳକୁ ଟ୍ରେନ୍‌ଟି ପୁରୀ ଷ୍ଟେସନର ୪ ନମ୍ବର ପ୍ଳାଟଫର୍ମରେ ଛିଡ଼ା ହୋଇଥିଲା। ଟ୍ରେନଟିକୁ ସଫେଇ କାର୍ଯ୍ୟ ପାଇଁ ଛିଡ଼ା କରାଯାଇଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ୨, ୩ ଓ ୪ ନମ୍ବର ସ୍ଲିପର୍‌ କୋଚରେ ନିଆଁ ଲାଗିଥିବା ବେଳେ ୪ ନମ୍ବର ସ୍ଲିପର କୋଚ୍‌ ସଂପୂର୍ଣ୍ଣ ଜଳିଯାଇଛି। ଏହି ୩ଟି କୋଚ୍‌ରେ ଥିବା ସମସ୍ତ ଜିନିଷ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଟ୍ରେନ୍‌ର ୩ଟି ବଗିରେ ନିଆଁ ଲାଗିବା ପରେ ଅନ୍ୟ ସବୁ ବଗିିକୁ ଟ୍ରେନ୍‌ରୁ ବାହାର କରି ଦିଆଯାଇଛି। ଉଲ୍ଲେଖଯୋଗ୍ୟ କି , ଟ୍ରେନ୍‌ରେ କୌଣସି ଯାତ୍ରୀ କିମ୍ବା ରେଳ କର୍ମଚାରୀ ନଥିବାରୁ କେହି ମୃତାହତ ହୋଇନାହାନ୍ତି।

publive-image publive-image publive-image

ଖବର ପାଇଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାମ ଆରମ୍ଭ କରିଥିଲା। ୩ଟି ଦମକଳ ନିୟୋଜିତ ହେବା ପରେ ନିଆଁକୁ ଆୟତ୍ତ କରାଯାଇଥିବା ସୂଚନା ରହିଛି। ଅଗ୍ନିକାଣ୍ଡର କାରଣ ଏଯାବତ୍‌ ସ୍ପଷ୍ଟ ହୋଇନାହିଁ।

ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନ ୧୨.୫୦ ମିନିଟ୍‌ ସମୟରେ ପୁରୀ ରେଳ ଷ୍ଟେସନ୍‌ର ୪ ନମ୍ବର ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ସମୟରେ ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସ୍‌ର ଏସ୍‌୪ ବଗିରୁ ଧୁଆଁ ବାହାରିବା ଆରମ୍ଭ ହୋଇଥିଲା। ଏହାପରେ ଷ୍ଟେସନ୍‌ରେ ଉପସ୍ଥିତ ଥିବା ଯାତ୍ରୀ ଓ ପୁଲିସ୍‌ କର୍ମଚାରୀମାନେ ଚିତ୍କାର କରି ଉଠିଥିଲେ। ତା’ପରେ ଷ୍ଟେସନ୍‌ ପକ୍ଷରୁ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇ ଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରମାନେ ପହଞକ୍ଚି ନିଆଁଲିଭା କାର୍ଯ୍ୟ ଆରମ୍ଭ କରିବା ଭିତରେ ନିଆଁ ଏସ୍‌ ୧,୨ ଓ ୩କୁ ବ୍ୟାପି ଯାଇଥିଲା। ଏହାପରେ ଅଗ୍ନିଶମ ବିଭାଗ ପକ୍ଷରୁ ବଗିଗୁଡ଼ିକରେ ନିଆଁ ଲିଭା କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିେ ଆରମ୍ଭ ହେବା ବେଳେ ଅନ୍ୟପକ୍ଷରେ ରେଳ କର୍ମଚାରୀମାନେ ଏହି ୪ଟି ବଗିକୁ ଟ୍ରେନରୁ ଅଲଗା କରି ଦେଇଥିଲେ। ଏହି ଅଗ୍ନିକାଣ୍ଡ ଫଳରେ କେତେ ପରିମାର କ୍ଷୟକ୍ଷତି ହୋଇଛି ତାହାର ଆକଳନ ରେଳ ପକ୍ଷରୁ ଏଯାବତ୍‌ କରାଯାଇ ପାରିନାହିଁ। ଭାରତୀୟ ପୂର୍ବତଟ ରେଳ ସୂତ୍ରରୁ ପ୍ରକାଶ ପ୍ରଥମେ ନିଆଁ ଲାଗିଥିବା ଏସ୍‌୪ ବଗିଟି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଥିବା ବେଳେ ଏସ୍‌୩ ବଗିଟି ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। କେଉଁ ପରିସ୍ଥିତିରେ ଏହି ବଗିରେ ନିଆଁ ଲାଗିଲା ପୁଲିସ୍‌ ଓ ଅଗ୍ନିଶମ ବିଭାଗ ପକ୍ଷରୁ ତଦନ୍ତ କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ପୂର୍ବତଟ ରେଳ ପକ୍ଷରୁ ମଧ୍ୟ ବିଶେଷଜ୍ଞମାନଙ୍କୁ ନେଇ ତଦନ୍ତ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe