Advertisment

Fire in unit-1 market: ହୁତୁହୁତୁ ହୋଇ ଜଳିଲା ୟୁନିଟ୍‌ ୧ ହାଟ: ୨୫ରୁ ଅଧିକ ଦୋକାନ ସ୍ବାହା

Advertisment

ରାତି ପାଖାପାଖି ୧ଟା। ହଠାତ କ୍ୟାପିଟାଲ ଥାନା ପାର୍ଶ୍ବରେ ଥିବା ୟୁନିଟ ୧ ହାଟର ଗୋଟିଏ ଦୋକାନରେ ନିଅଁା ଲାଗିଥିଲା। ଚାହୁଁଚାହୁଁ  ନିଅଁାର ଭୟଙ୍କର ରୂପ ଦେଖିବାକୁ ମିଳିଥିଲା। କେହିକିଛି ବୁଝିବା ଆଗରୁ ନିଅଁାର କରାଳ ଅଁାରେ ଗୋଟିଏ ପରେ ଗୋଟିଏ ଦୋକାନ ଜଳି ଚାଲିଥିଲା।

ରାତି ପାଖାପାଖି ୧ଟା। ହଠାତ କ୍ୟାପିଟାଲ ଥାନା ପାର୍ଶ୍ବରେ ଥିବା ୟୁନିଟ ୧ ହାଟର ଗୋଟିଏ ଦୋକାନରେ ନିଅଁା ଲାଗିଥିଲା। ଚାହୁଁଚାହୁଁ  ନିଅଁାର ଭୟଙ୍କର ରୂପ ଦେଖିବାକୁ ମିଳିଥିଲା। କେହିକିଛି ବୁଝିବା ଆଗରୁ ନିଅଁାର କରାଳ ଅଁାରେ ଗୋଟିଏ ପରେ ଗୋଟିଏ ଦୋକାନ ଜଳି ଚାଲିଥିଲା।

firedddd

ଭୁବନେଶ୍ୱର: ରାତି ପାଖାପାଖି ୧ଟା। ହଠାତ କ୍ୟାପିଟାଲ ଥାନା ପାର୍ଶ୍ବରେ ଥିବା ୟୁନିଟ ୧ ହାଟର ଗୋଟିଏ ଦୋକାନରେ ନିଅଁା ଲାଗିଥିଲା। ଚାହୁଁଚାହୁଁ  ନିଅଁାର ଭୟଙ୍କର ରୂପ ଦେଖିବାକୁ ମିଳିଥିଲା। କେହିକିଛି ବୁଝିବା ଆଗରୁ ନିଅଁାର କରାଳ ଅଁାରେ ଗୋଟିଏ ପରେ ଗୋଟିଏ ଦୋକାନ ଜଳି ଚାଲିଥିଲା। ପାଖାପାଖି ୨୫ଟି ଦୋକାନ ଏହି ନିଅଁାରେ ଜଳିଯାଇଛି। ନିଅଁା ଲିଭାଇବା ପାଇଁ କଳ୍ପନା, ତମାଣ୍ଡୋ, ସଚିବାଳୟ, ଚନ୍ଦ୍ରଶେଖରପୁର, ବାଲିପାଟଣା ଓ ପାହାଳ ଦମକଳବାହିନୀ ସହ ସେଣ୍ଟ୍ରାଲ୍‌ ଷ୍ଟ୍ରାଇକ୍‌ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ନିଅଁା ଲିଭାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ତେବେ ଏକ ପ୍ଲାଷ୍ଟିକ୍‌ ଦୋକାନରେ ନିଅଁା ଲାଗିଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମବାହିନୀକୁ ନୟାନ୍ତ ହେବାକୁ ପଡ଼ିଛି। ପ୍ରାୟ ୨୦ଫୁଟ ଉଚ୍ଚରେ ନିଅଁା ଜଳୁଥିବା ଦେଖି ସ୍ଥାନୀୟ ଲୋକେ, ଦୋକାନ ବନ୍ଦକରି ଘରକୁ ବାହାରୁଥିବା ଦୋକାନୀ ଓ କ୍ୟାପିଟାଲ ଥାନା ପୁଲିସ ହତଚକିତ ହୋଇଯାଇଥିଲେ।

ୟୁନିଟ-୧ ହାଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୨୫ଟି ଦୋକାନ ଜଳିଯାଇଛି। ଦୋକାନୀଙ୍କ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇଁ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ନିଆଁ ଲିଭା ଆରମ୍ଭ କରିଛନ୍ତି। ନିଅଁାର ପ୍ରକୋପ ଭୟଙ୍କର ହୋଇଥିବାରୁ ନିଅଁା ଲିଭାଇବା ପାଇଁ ଆସିଥିବା ୭୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ହାଟ ଭିତରକୁ ପଶିପାରୁନାହାନ୍ତି। ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତି ଜଳିପଡ଼ି ପାଉଁଶ ହୋଇଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।

Fire: ଭୟାବହ ଅଗ୍ନିକାଣ୍ଡ: ଘର ସମେତ ଲକ୍ଷାଧିକ ଟଙ୍କାର ସଂପତ୍ତି ଭସ୍ମୀଭୂତ

୨୫ରୁ ଅଧିକ ଦୋକାନ ସ୍ବାହା

ଘଟଣାସ୍ଥଳରେ ୭ ଦମକଳବାହିନୀ

ନିଅଁା ଲିଭାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ

ସୂଚନା ଅନୁସାରେ କ୍ୟାପିଟାଲ ଥାନା ନିକଟ ଭୁବନେଶ୍ବର ୧ ନମ୍ବର ହାଟର ଭେଣ୍ଡିଂ ଜୋନ ଓ ପ୍ଲାଷ୍ଟିକ ଦୋକାନରେ ନିଆଁ ଲାଗି ଯାଇଥିଲା। ଗୋଟିଏ ଦୋକାନରେ ନିଆଁ ଲାଗିବା ଫଳରେ ଅନ୍ୟ ଦୋକାନକୁ ବ୍ୟାପିବାରେ ଲାଗିଥିଲା। ନିଅଁା ତା’ର କରାଳ ଅଁ ମେଲାଇ  ଗୋଟିଏ ପରେ ଗୋଟିଏ ଦୋକାନକୁ ଗିଳିଯାଇଥିଲା। ନିଅଁା ଏତେ ଦ୍ରୁତଗତିରେ ବ୍ୟାପିଥିଲା ଯେ କେହି କିଛି କରିପାରିନଥିଲେ। ଖବର ପାଇ ଏକ ହାଟର ବହୁ ବ୍ୟବସାୟୀ ଘଟଣାସ୍ଥଳରେ ରୁଣ୍ଡ ହୋଇଯାଇଥିଲେ। ଖବର ପାଇ ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରୁ ସବୁ ଦମକଳ କେନ୍ଦ୍ରକୁ ଡକାଯାଇଥିଲା।

Cold weather: ରାଜ୍ୟରୁ ଶୀତ କମିବା ପ୍ରକ୍ରିୟା ଆରମ୍ଭ

ବିଭିନ୍ନ ଥାନାର ପୁଲିସ ଅଧିକାରୀମାନେ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ। ପାଣି ପକାଇ ନିଅଁାକୁ ଆୟତ୍ତ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ରାତି ପ୍ରାୟ ୩ଟା ବେଳକୁ ନିଅଁା କିଛିଟା ନିୟନ୍ତ୍ରଣକୁ ଆସିଛି। ନିଅଁାର କାରଣ ଜଣାପଡ଼ି ନଥିଲେ ମଧ୍ୟ ଗ୍ୟାସ୍‌ଟାଙ୍କି ଫାଟି ଏହି ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି। ବ୍ୟବସାୟୀମାନେ ନିଜ ଆଖି ଆଗରେ ଦୋକାନ ଘର ଜଳିଯାଉଥିବା ଦେଖି ଭୋ ଭୋ ହୋଇ କାନ୍ଦିଛନ୍ତି। କିଏ ଋଣ ଆଣି ଦୋକାନରେ ଜିନିଷ ଭର୍ତ୍ତି କରିଥିଲା ତ, କିଏ ସାହୁକାରଠାରୁ ଉଧାର ଆଣି ସାମଗ୍ରୀ କିଣିଥିଲା। ଆଖି ଆଗରେ ସେସବୁ ଜଳିଯାଉଥିବା ଦେଖି ଦୋକାନୀମାନେ ଏହାକୁ ସହିପାରିନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe