ଭୁବନେଶ୍ବର: ନନ୍ଦନକାନନ ବଟାନିକାଲ ଗାର୍ଡେନ ପରିସରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ନନ୍ଦନକାନନର ପ୍ରାୟ ୨ ଏକର ଜମିରେ ନିଆଁ ଲାଗିଥିବା ସୂଚନା ରହିଛି। ନିଆଁ ଲିଭାଇବାକୁ ଲାଗିଛନ୍ତି ଅଗ୍ନିଶମ କର୍ମଚାରୀ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ନନ୍ଦନକାନନ ନିକଟରେ ଥିବା ବଟାନିକାଲ ଗାର୍ଡେନ ପରିସରରେ ହଠାତ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ଏହାପରେ ନିଆଁର ମାତ୍ରା ବଢିବାକୁ ଲାଗିଥିଲା। ଏହାପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଗାଡ଼ି ପହଞ୍ଚି ସେଠାରେ ନିଆଁ ଲିଭା କାମରେ ଲାଗିଛି। ଆହୁରି ଅଧିକ ଅଗ୍ନିଶମ ଗାଡ଼ିକୁ ଚନ୍ଦ୍ରଶେଖରପୁରରୁ ମଗାଯାଇଛି। ତେବେ ନିଆଁ ଲାଗିବାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ନନ୍ଦନକାନନ ବଟାନିକାଲ ଗାର୍ଡେନ ପରିସରରେ ଭୟାବହ ଅଗ୍ନିକାଣ୍ଡ
Advertisment
Follow Us