ବରଗଡ଼ : ଲାଞ୍ଚ ନେଇ ଧରାପଡ଼ିଲେ ଫାୟାର ଅଫିସର୍‌

Advertisment
ବରଗଡ଼ : ଲାଞ୍ଚ ନେଇ ଧରାପଡ଼ିଲେ ଫାୟାର ଅଫିସର୍‌

ବରଗଡ଼ : ବରଗଡ଼ର ଆସିଷ୍ଟାଣ୍ଟ ଫାୟାର ଅଫିସର୍‌ ପ୍ରଶାନ୍ତ ମହାପାତ୍ର ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି।

ଭେଡେନ ବ୍ଳକ ପପଙ୍ଗାଠାରେ ହୃଷୀକେଶ ପ୍ରଧାନଙ୍କ ପେଟ୍ରୋଲ ପମ୍ପ ରହିଛି। ଅଗ୍ନି ସୁରକ୍ଷା ପ୍ରମାଣପତ୍ର ପାଇଁ ତାଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ମଗାଯାଇଥିଲା। ମୂଲଚାଲ୍‌ ପରେ ୧୨ ହଜାର ଟଙ୍କାରେ କଥା ଛିଣ୍ଡିଥିଲା। ଏ ନେଇ ହୃଷୀକେଶ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଗୁରୁବାର ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍‌ ଲୁଚି ରହିଥିଲା। ହୃଷୀକେଶ ବରଗଡ଼ ଆସି ଶ୍ରୀ ମହାପାତ୍ରଙ୍କ ଦପ୍ତରକୁ ଯାଇଥିଲେ। ଶ୍ରୀ ମହାପାତ୍ର ୧୨ହଜାର ଟଙ୍କା ନେବାବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲା। ଏହାପରେ ଶ୍ରୀ ମହାପାତ୍ରଙ୍କ ବାସଭବନରେ ମଧ୍ୟ ଛାନଭିନ୍‌ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe