Advertisment

ବ୍ୟାଙ୍କ ଅଫ୍‌ ବରୋଦା ଶାଖାରେ ଅଗ୍ନିକାଣ୍ଡ

Advertisment
ବ୍ୟାଙ୍କ ଅଫ୍‌ ବରୋଦା ଶାଖାରେ ଅଗ୍ନିକାଣ୍ଡ

ବାରିପଦା: ବାରିପଦା ଷ୍ଟେସନ ବଜାର ନିକଟସ୍ଥ ବ୍ୟାଙ୍କ ଅଫ୍‌ ବରୋଦା ଶାଖାରେ ଲାଗିଛି ନିଆଁ। ଆଜି ରାତି ପ୍ରାୟ ୧୧ଟାରେ ବ୍ୟାଙ୍କ କାର୍ଯ୍ୟାଳୟରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ସଙ୍ଗେ ସଙ୍ଗେ ଗୋଟିଏ ଅଗ୍ନିଶମ ଗାଡ଼ି ସେଠାରେ ପହଞ୍ଚିଥିଲା।

ପରେ ଆଉ ୨ଟି ଗାଡ଼ି ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା ଜାରି ରଖିଛନ୍ତି। ଶେଷ ଖବର ସୁଦ୍ଧା ବ୍ୟାଙ୍କ କାର୍ଯ୍ୟାଳୟରୁ ନିଆଁ ଏଟିଏମ୍‌କୁ ମଧ୍ୟ ବ୍ୟାପିଯାଇଛି। ଅଗ୍ନିକାଣ୍ଡର ସଠିକ୍ କାରଣ ଓ କ୍ଷୟକ୍ଷତିର ପରିମାଣ ଜଣାପଡ଼ିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe