ପୁଣି ଅଘଟଣ: କୋଇଲା ବୋଝେଇ ମାଲ୍‌ଗାଡ଼ିରେ ନିଆଁ

Advertisment
ପୁଣି ଅଘଟଣ: କୋଇଲା ବୋଝେଇ ମାଲ୍‌ଗାଡ଼ିରେ ନିଆଁ

ଖୋର୍ଦ୍ଧା/ବାଣପୁର/ବାଲୁଗାଁ :ବାହାନଗା ରେଳ ଦୁର୍ଘଟଣାର ବିଭୀଷିକା ଥମିକ ନଥିବା ବେଳେ ଖୋର୍ଦ୍ଧା ରୋଡ୍‌ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଷ୍ଟେସନ୍‌ରେ ଶୁକ୍ରବାର ସନ୍ଧ୍ୟାରେ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଏମ୍‌ବିକେଏଲ ନମ୍ବର ବିଶିଷ୍ଟ ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ ୨ ନମ୍ବର ପ୍ଲାଟଫର୍ମରେ ଅଟକି ରହିଥିଲା। ସେହି ସମୟରେ ୧ ନମ୍ବର ପ୍ଲାଟଫର୍ମ ଦେଇ ୦୮୪୪୧ ନମ୍ବର ବିଶିଷ୍ଟ ଭୁବନେଶ୍ବର ବ୍ରହ୍ମପୁର ମେମୋ ଟ୍ରେନ ଯାଉଥିଲା। ତେବେ ଅଟକି ରହିଥିବା କୋଇଲା ବୋଝେଇ ଟ୍ରେନର ୧୪ ନମ୍ବର ୱାଗନରୁ ପ୍ରବଳ ଧୂଆଁ ବାହାରୁଥିବା ମେମୋ ଟ୍ରେନ ଚାଳକ ଦେଖିବାକୁ ପାଇ ସଙ୍ଗେ ସଙ୍ଗେ ବାଲୁଗାଁ ଷ୍ଟେସନ୍‌ ମାଷ୍ଟର୍‌ ଓ ବାଲୁଗାଁ ଆର୍‌ପିଏଫ୍‌ ଅଧିକାରୀଙ୍କୁ ସୂଚନା ଦେଇଥିଲେ।

ଖବର ପାଇ ସଙ୍ଗେ ସଙ୍ଗେ ଉଭୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବାଲୁଗାଁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ବାଲୁଗାଁ ଅଗ୍ନିଶମ କର୍ମଚାରୀମାନେ ଷ୍ଟେସନ୍‌ରେ ପହଞ୍ଚି ଦୀର୍ଘ ସମୟ ପ୍ରଚେଷ୍ଟା ପରେ ନିଆକୁ ଆୟତ୍ତ କରିଥିଲେ। ତେବେ କୌଣସି ଅଘଟଣ ଘଟି ନଥିବା ସହ ପରିସ୍ଥିତି ସ୍ୱାଭାବିକ ଥିବା ବେଳେ ଷ୍ଟେସନ୍‌ରେ ଛିଡା ହୋଇଥିବା ଓ ମେମୋ ଟ୍ରେନରେ ବସିଥିବା ଯାତ୍ରୀମାନେ ଭୟଭୀତ ହୋଇ ପଡ଼ିଥିଲେ। ଅତ୍ୟଧିକ ଗରମ କାରଣରୁ ଏଭଳି ହୋଇଥାଏ ପାରେ ବୋଲି ବାଲୁଗାଁ ଆର୍‌ପିଏଫ ଅଧିକାରୀ ଜିତେନ୍ଦ୍ର ମୌର୍ଯ୍ୟ ସୂଚନା ଦେଇଛନ୍ତି.

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe