ଜଳୁଛି ଜଙ୍ଗଲ, ବନ ବିଭାଗ ନିରବ

Advertisment
ଜଳୁଛି ଜଙ୍ଗଲ, ବନ ବିଭାଗ ନିରବ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଙ୍ଗଲ ଜଳୁଥିଲେ ମଧ୍ୟ ବନବିଭାଗ ନିରବଦ୍ରଷ୍ଟା ସାଜିବା ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ର ସାହାଜଖୋଲ ସଂରକ୍ଷିତ ଜଙ୍ଗଲରେ ଗତ କିଛିଦିନ ଧରି ନିଆଁ ଲାଗି ଜଙ୍ଗଲ ପୋଡ଼ିବାରେ ଲାଗିଛି। ସେହିଭଳି ଲାଞ୍ଜିଗଡ଼ ବ୍ଲକ୍‌ର ବରାଘାଟି, କାଉଗୁଡ଼ା, ପାତର ଡଙ୍ଗର, ପଦ୍ମାଥପା, ତେରେନାମ ଘାଟି ଜଙ୍ଗଲ, କର୍ଲାପାଟ ଅଭୟାରଣ୍ୟରେ ନିଆଁ ଲାଗି ଶହ ଶହ ହେକ୍ଟର ଜଙ୍ଗଲ ପୋଡ଼ିଯାଉଛି।

ମୂଲ୍ୟବାନ ଗଛ, ପ୍ରାଣୀ ସଂପଦ ମଧ୍ୟ ପୋଡ଼ି ନଷ୍ଟ ହେଉଥିବା ଅଭି‌େଯାଗ ହେଉଛି। ଦିନ ଦିନ ଧରି ଜଙ୍ଗଲ ପୋଡୁଥିଲେ ମଧ୍ୟ ବନ ବିଭାଗ ନିଆଁ ଲିଭାଇବା ନିମନ୍ତେ ଠୋସ୍‌ ପଦକ୍ଷେପ ନେଉ ନଥିବା ଯୋଗୁ ଜଙ୍ଗଲ ଉଜୁଡ଼ିବାରେ ଲାଗିଛି। ବର୍ତ୍ତମାନ ପ୍ରଚଣ୍ଡ ଗ୍ରୀଷ୍ମ ତାତି ଯୋଗୁଁ ଗଛର ପତ୍ର ଶୁଖିଯାଇଛି। ଏଥିରେ ନିଆଁ ଲାଗି ଜଙ୍ଗଲ ଧ୍ୱଂସ ପାଇବାରେ ଲାଗିଛି। ରାତି ଦିନ ଜଙ୍ଗଲ ଜଳୁଥିଲେ ମଧ୍ୟ ବନ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗି ପାରିନାହିଁ। ଗ୍ରୀଷ୍ମ ଦିନ ପୂର୍ବରୁ ବନ ବିଭାଗ ପକ୍ଷରୁ ଫାୟାର ଲାଇନିଂ କରିବା ସହିତ ଲୋକେ ଜଂଗଲରେ ନିଆଁ ନଲଗାଇବା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ କରାଯାଉନାହିଁ। ଏଥି ନିମନ୍ତେ ଆସୁଥିବା ଅନୁଦାନ ବାଟମାରଣା ହେଉଥିବା ଅଭିଯୋଗ ହେଉଛି। ତୁରନ୍ତ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe