ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିରାମୟ କେନ୍ଦ୍ର ଗୋଦାମରେ ଅଗ୍ନିକାଣ୍ଡ

Advertisment
ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିରାମୟ କେନ୍ଦ୍ର ଗୋଦାମରେ ଅଗ୍ନିକାଣ୍ଡ

ବୌଦ୍ଧ: ମଙ୍ଗଳବାର ପୂର୍ବାହ୍ନରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ନିରାମୟ କେନ୍ଦ୍ର ଗୋଦାମରେ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ବ୍ୟାପିବା ପୂର୍ବରୁ ନିଆଁକୁ ଆୟତ୍ତ କରାଯାଇଥିବାରୁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ନଷ୍ଟ ହୋଇଥିବା ଔଷଧର ପରିମାଣ ଯାଞ୍ଚ ପରେ ଜଣାପଡ଼ିବ ବୋଲି ସିଡିଏମ୍‌ଓ ଡା. ଅଭୟ ଦାଶ ପ୍ରକାଶ କରିଛନ୍ତି। ସୂଚନା ଅନୁସାରେ, ନିରାମୟ କେନ୍ଦ୍ର ଗୋଦାମରୁ ଧୂଆଁ ବାହାରୁଥିବା ଦେଖି କର୍ମଚାରୀ କବାଟ ଖୋଲିବାରୁ ଭିତରେ ନିଆଁ ଲାଗିଥିବା ଦେଖିଥିଲେ।

କୋଠାରୀରେ ଥିବା ଦୁଇଟି ବୋର୍ଡ ଠିକ୍‌ ଥିବାରୁ ସଟ୍‌ସର୍କିଟରୁ ନିଆଁ ଲାଗି ନାହିଁ। ଗୋଦାମର ଖୋଲା ଝରକା ଦେଇ କେହି ଖଳ ପ୍ରକୃତିର ଲୋକ ଅଗ୍ନି ସଂଯୋଗ କରିଥିବା ସନ୍ଦେହ କରାଯାଉଥିବା ସହକାରୀ ଅଗ୍ନିଶମ ଅଧିକାରୀ ଜିତେନ୍ଦ୍ର ଦାଶ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe