ସଟ୍‌ସର୍କିଟ୍‌ରୁ କୋଚ୍‌ ଲାଇନ୍‌ରେ ଅଗ୍ନିକାଣ୍ଡ

ସଟ୍‌ସର୍କିଟ୍‌ରୁ କୋଚ୍‌ ଲାଇନ୍‌ରେ ଅଗ୍ନିକାଣ୍ଡ

ପୁରୀ : ଗୁରୁବାର ରାତିରେ ବିଦ୍ୟୁତ୍‌ ସଟ୍‌ସର୍କିଟ୍‌ ଯୋଗୁ ପୁରୀ ଷ୍ଟେସନ୍‌ର ୱାସିଂ ଲାଇନ୍‌ରେ ଅଗ୍ନିକାଣ୍ଡ ଘଟିଥିଲା। ତେବେ ଆର୍‌ପିଏଫ୍‌ ଓ ଜିଆର୍‌ପି ଥାନା ପୁଲିସ ତୁରନ୍ତ ସେଠାରେ ପହଞ୍ଚି ଅଗ୍ନି ନିର୍ବାପକ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ। ଖବର ପାଇ ଦମକଳ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛି।

ଖବର ନେବାରେ ଜଣାପଡ଼ିଛି ଯେ ଗୁରୁବାର ରାତି ପ୍ରାୟ ୭ଟା ୪୦ ମିନିଟ୍‌ ସମୟରେ କୋଚ୍‌ ଡିପୋର ୱାସିଂ ଲାଇନ୍‌ ୨୫ ଓ ୨୬ ମଧ୍ୟରେ ଥିବା ଚାର୍ଜ ରୁମ୍‌ରେ ସଟ୍‌ସର୍କିଟ୍‌ ଯୋଗୁ ନିଆଁ ଲାଗିଯାଇଥିଲା। ଏହା ଭିତରେ ଥିବା ଟ୍ରେନ୍‌ଗୁଡ଼ିକର ଫ୍ୟାନ୍‌ ଓ ମୋଟର ଆଦି ଜଳି ଉଠିଥିଲା। ପ୍ରବଳ ଧୂଆଁ ହେବାରୁ ୱାସିଂ ଲାଇନ୍‌ର କର୍ମଚାରୀମାନେ ଏ ନେଇ ଆର୍‌ପିଏଫ୍‌ ଥାନା ଓ ଜିଆର୍‌ପି ଥାନାକୁ ଖବର ଦେଇଥିଲେ। ସେମାନେ ଅଗ୍ନି ନିର୍ବାପକ ସିଲିଣ୍ଡର ଓ ପାଣି ପକାଇ ନିଆଁକୁ ଆୟତ୍ତକୁ ଆଣିଥିଲେ। ଏଥିରେ ଧନଜୀବନର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe