ଅହମ୍ମଦାବାଦ୍‌ ଅଗ୍ନିକାଣ୍ଡ ପରେ ରାଜ୍ୟରେ ସତର୍କତା : ସବୁ କୋଭିଡ୍‌ ହସ୍‌ପିଟାଲ୍‌ରେ ଫାୟାର ଅଡିଟ୍‌

Advertisment
ଅହମ୍ମଦାବାଦ୍‌ ଅଗ୍ନିକାଣ୍ଡ ପରେ ରାଜ୍ୟରେ ସତର୍କତା : ସବୁ କୋଭିଡ୍‌ ହସ୍‌ପିଟାଲ୍‌ରେ ଫାୟାର ଅଡିଟ୍‌

କଟକ : ଅହମ୍ମଦାବାଦ୍‌ ଶ୍ରେୟ କୋଭିଡ୍‌ ହସ୍‌ପିଟାଲ୍‌ ଅଗ୍ନିକାଣ୍ଡ ଘଟଣା ପରେ ଓଡ଼ିଶାରେ ଥିବା ସମସ୍ତ କୋଭିଡ୍‌ ହସ୍‌ପିଟାଲ୍‌ର ଫାୟାର ଅଡିଟ୍‌ କରାଯାଇଛି। ବର୍ତ୍ତମାନ ରାଜ୍ୟରେ ୧୫୦ରୁ ଅଧିକ କୋଭିଡ୍‌ ହସ୍‌ପିଟାଲ୍‌ ଥିବାବେଳେ ସମସ୍ତ ଡିଏଫ୍‌ଓ ଏବଂ ଏଏଫ୍‌ଓମାନଙ୍କୁ ସେମାନଙ୍କ ଅଞ୍ଚଳରେ ଥିବା ହସ୍‌ପିଟାଲ୍‌ର ଅଡିଟ୍‌ ସୁନିଶ୍ଚିତ କରିବାକୁ ଓ ୨୪ ଘଣ୍ଟା ଭିତରେ ରିପୋର୍ଟ ଦେବାକୁ ଡିଜି ଡକ୍ଟର ସତ୍ୟଜିତ ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି।

ଡିଜିଙ୍କ ନିର୍ଦ୍ଦେଶ ପରେ ଗୁରୁବାର ରାଜ୍ୟର ସମସ୍ତ କୋଭିଡ୍‌ ହସ୍‌ପିଟାଲ୍‌ରେ ଅଗ୍ନିଶମ ଅଧିକାରୀମାନେ ପହଞ୍ଚି ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ଏଥିସହ ଯେକୌଣସି ଅଗ୍ନିକାଣ୍ଡଜନିତ ଦୁର୍ଘଟଣା ଘଟିଲେ ହସ୍‌ପିଟାଲ୍‌ର ଅଗ୍ନିଶମ ଦାୟିତ୍ବରେ ଥିବା ଅଧିକାରୀ କିପରି ଏହାର ପ୍ରାଥମିକ ମୁକାବିଲା କରିବେ, ସେ ସଂକ୍ରାନ୍ତରେ ପରାମର୍ଶ ଦିଆଯାଇଛି। ପରେ, ସମସ୍ତ କୋଭିଡ୍‌ ହସ୍‌ପିଟାଲ୍‌କୁ ଅଗ୍ନିଶମ କର୍ମଚାରୀଙ୍କ ଦ୍ବାରା ବିଶୋଧନ କରାଯାଇଥିଲା।

ସୂଚନାଯୋଗ୍ୟ, ପୂର୍ବରୁ ୪ବର୍ଷ ତଳେ ଭୁବନେଶ୍ବର ସମ୍‌ ହସ୍‌ପିଟାଲ୍‌ରେ ଅଗ୍ନିକାଣ୍ଡ ଘଟି ୨୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାପରଠୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ହସ୍‌ପିଟାଲ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସୁନିଶ୍ଚିତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେବେଠାରୁ ଏକ ଫାୟାର ସେଫ୍‌ଟି ପ୍ରମାଣପତ୍ର ମଧ୍ୟ ସଂପୃକ୍ତ ହସ୍‌ପିଟାଲ୍‌ମାନଙ୍କୁ ଦିଆଯାଉଛି। ତେବେ, ଗୁରୁବାର ଅହମ୍ମଦାବାଦ୍‌ରେ ଘଟିଥିବା ଅଘଟଣରେ କରୋନା ରୋଗୀଙ୍କ ମୃତ୍ୟୁହେବା ପରେ ଓଡ଼ିଶାରେ ଏହାକୁ ଗୁରୁତ୍ବର ସହ ନିଆଯାଇଛି। ସରକାରଙ୍କ ସହିତ ବିଚାରବିମର୍ଶ କରାଯିବା ପରେ ଅଗ୍ନିଶମ ଡିଜି ଫାୟାର ଅଡିଟ୍‌ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe