କୋଇଲା ବୋଝେଇ ଟ୍ରେନରେ ନିଆଁ, ଆୟତ୍ତ କଲେ ଅଗ୍ନିଶମ ବାହିନୀ

Advertisment
କୋଇଲା ବୋଝେଇ ଟ୍ରେନରେ ନିଆଁ, ଆୟତ୍ତ କଲେ ଅଗ୍ନିଶମ ବାହିନୀ

Image source-DNA India

ବରଗଡ଼: ବରଗଡ଼ ଜିଲ୍ଲା ଅନ୍ତର୍ଗତ ଗୋଡଭଗା ରେଳ ଷ୍ଟେସନରେ ଏକ କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି । ଅବଶ୍ୟ ଏସଂପର୍କରେ ଖବର ପାଇ ତତକ୍ଷଣାତ ସେଠାରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁଲିଭା କାର୍ଯ୍ୟ ଜାରି ରଖିଥିବାର ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗରରୁ ବିଶାଖାପାଟଣା ବନ୍ଦରରୁ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଯାଇଥିଲା ।ଏହା ପ୍ରଥମେ ଟ୍ରେନର ଗାର୍ଡ ଦେଖିବାକୁ ପାଇଥିଲେ। ଟ୍ରେନର ପଛ ବଗିରେ ନିଆଁ ଲାଗିଥିବା ଖବର ମିଳିଥିଲା । ଏହାପରେ ଟ୍ରେନକୁ ନିକଟସ୍ଥ ଗୋଡଭଗା ଷ୍ଟେସନକୁ ନିଆଯାଇଥିଲା।

ତାପରେ ଦମକଳ ବାହିନୀକୁ ସୂଚନା ଦିଆଯାଇଥିଲା। ଘଟଣାସ୍ଥଳରେ ବରଗଡ଼, ଅତାବିରା ଏବଂ ସମ୍ବଲପୁରର ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ସେହି ଅଗ୍ନିଶମ ବିଭାଗର କର୍ମଚାରୀ ଅକ୍ଳାନ୍ତ ପରିଶ୍ରମ କରି ଖବର ପାଇବା ମାତ୍ରେ, କୋଇଲା ବୋଝେଇ ଟ୍ରେନରେ ଲାଗିଥିବା ନିଆଁ ଲିଭାଇଥିଲେ। ତେବେ ଏଥିରେ କ’ଣ କ୍ଷତି ହୋଇଛି ତାହା ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe