ଡେଙ୍ଗାଓସ୍ତାରେ ବିପୁଳ ପରିମାଣର ବାଣ ଜବତ, ବ୍ୟବସାୟୀ ଗିରଫ

Advertisment
ଡେଙ୍ଗାଓସ୍ତାରେ ବିପୁଳ ପରିମାଣର ବାଣ ଜବତ, ବ୍ୟବସାୟୀ ଗିରଫ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୁଲିସ ପକ୍ଷରୁ ଗତ ବିଳମ୍ବିତ ରାତିରେ ଡେଙ୍ଗାଓସ୍ତା ଗ୍ରାମର ଏକ ଦୋକାନ ଗୃହରେ ପୁଲିସ ଚଢ଼ଉ କରି ବିପୁଳ ପରିମାଣର ବାଣ ଜବତ କରିବା ସହ ବ୍ୟବସାୟୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ସେ ହେଲେ ଗ୍ରାମର ୟୁ .କୈଳାସ ପାତ୍ର। କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ବାଣ ବିକ୍ରି କରିବା ତଥା ଫୁଟାଇବା ଦିଗରେ ପ୍ରତିବନ୍ଧକ ଲଗାଇଛନ୍ତି । ଏଭଳିକି, ବେଆଇନ ବାଣ ବିକ୍ରି କରୁଥିବା ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରାମର୍ଶ ଦେଇଥିଲେ ।

ତେବେ, ଗତ ବିଳମ୍ବିତ ରାତିରେ କୈଳାସ ବେଆଇନ ଭାବେ ବାଣ ବିକ୍ରି କରୁଥିବା ଖବର ପାଇ ସ୍ଥାନୀୟ ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ଏସ୍‌ଆଇ ସସ୍ମିତା ସେଠୀ, ଏଏସ୍‌ଆଇ ଗୋବିନ୍ଦ ମଲ୍ଲିକ ସଦଳବଳ ଗାଁରେ ପହଞ୍ଚି ଦୋକାନରେ ଅତର୍କିତ ଚଢ଼ଉ କରିବା ସହ ଖାନତଲାସି କରିଥିଲେ । ସେଠାରେ ବିକ୍ରି ପାଇଁ ବେଆଇନ ଭାବେ ମହଜୁଦ ଥିବା ବାଣ ପ୍ୟାକେଟ‌ଗୁଡ଼ିକୁ ଜବତ କରିଥିଲେ। ଏ ନେଇ ଦିଗପହଣ୍ଡି ଥାନା ରେ କେସ ନଂ.୨୬୯/୨୦ ରେ ମକଦ୍ଦମା ରୁଜୁ କରାଯାଇଥିବା ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe