ଜଳଘେରରୁ ୩୩୪ ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମ, ଖୋଲିଲା ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ

Advertisment
ଜଳଘେରରୁ ୩୩୪ ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମ, ଖୋଲିଲା ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ

Times of India

କଟକ : ରାଜ୍ୟରେ ଦେଖାଦେଇଥିବା ବନ୍ୟା ପରିସ୍ଥିତିରେ ପାଣି ଘେରରୁ ଶୁକ୍ରବାର ୩୩୪ଜଣଙ୍କୁ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ଅଗ୍ନିଶମ ଡିଜି ଡକ୍ଟର ସତ୍ୟଜିତ ମହାନ୍ତି ବିଭାଗର ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିବା ବେଳେ ଏହି ତଥ୍ୟ ମିଳିଛି। ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଗର୍ଭବତୀ ଥିବାବେଳେ ଆଉ ଜଣେ ନବଜାତ ଶିଶୁ ରହିଥିବା ଜଣାପଡ଼ିଛି। ଏଥିସହ ରାଜ୍ୟ ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟିଆ ଖୋଲା ରଖି ବନ୍ୟାପ୍ରଭାବିତ ଅଞ୍ଚଳଗୁଡ଼ିକର ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

publive-image ବରୀ ଶଙ୍କରକୁଳାଠାରେ ଜଣେ ନବଜାତ ଶିଶୁକୁ ଉଦ୍ଧାର କରାଯାଉଛି

ଶୁକ୍ରବାର ଯାଜପୁର ବରୀ ଦମକଳ କେନ୍ଦ୍ର ପକ୍ଷରୁ ଶଙ୍କରକୁଳାଠାରେ ଜଣେ ନବଜାତ ଶିଶୁ ସମେତ ୬ଜଣଙ୍କୁ ଉଦ୍ଧାର କରାଯାଇଛି। ସେହିପରି ଚଣ୍ଡିଖୋଲ କେନ୍ଦ୍ରର କର୍ମଚାରୀମାନେ ଇସ୍‌ଲାମାବାଦ୍‌, ବଡ଼ମହଲ, କେପା, ଅମିର ମହଲ ଓ ବଡ଼ସାହିରୁ ଦୁଇଟି ପାୱାର ବୋଟ୍‌ ସହାୟତାରେ ଜଣେ ଗର୍ଭବତୀଙ୍କ ସହ ୧୮୦ଜଣଙ୍କୁ ଉଦ୍ଧାର କରିଛନ୍ତି। ଗର୍ଭବତୀ ମହିଳା ଜଣକ ହେଉଛନ୍ତି ଅମିରମହଲ ଗ୍ରାମର ସେକ୍‌ ଅଦିମ୍‌ଙ୍କ ପତ୍ନୀ ସଓାଁରା (୨୪)। ଏହାବ୍ୟତୀତ ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀର ଏକ ଦଳ କଟକ କହ୍ନେଇପୁରରୁ ୧୩ଜଣଙ୍କୁ ଉଦ୍ଧାର କରିଛି। ଭଦ୍ରକ ଧାମନଗର କେନ୍ଦ୍ରର କର୍ମଚାରୀମାନେ ଅଜୁର୍ନପୁରରେ ଫସି ରହିଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି। ବିଞ୍ଝାରପୁର କେନ୍ଦ୍ର ଦ୍ବାରା ଚନ୍ଦ୍ରମୁ ଓ ମାଳିପୁରରୁ ୫ଜଣଙ୍କୁ ଉଦ୍ଧାର କରାଯାଇଥିଲାବେଳେ ଦାଶରଥପୁର କେନ୍ଦ୍ର ପକ୍ଷରୁ ଦତ୍ତାପୁର, ଅର୍ଧାଳୁଆ, ନାରାୟଣସାହି, ମଠସାହି ଓ ନାୟକ ସାହିରୁ ୪ଜଣଙ୍କୁ ଉଦ୍ଧାର କରାଯାଇଛି। ଯାଜପୁର ଦମକଳ କେନ୍ଦ୍ରର ଦୁଇଟି ଦଳ ନେଳିପୁର ଓ ବେହେରା ପାଟଣାରୁ ୯ଜଣଙ୍କୁ ଉଦ୍ଧାର କରିଛନ୍ତି। ରସୁଲପୁର ଦମ‌କଳ କେନ୍ଦ୍ରର ତିନୋଟି ଦଳ ସାନଗୋବିନ୍ଦପୁର, ସରିଫାବାଗ ଓ ବନ୍ଧଢିଅରୁ ୧୧୬ଜଣଙ୍କୁ ଉଦ୍ଧାର କରିଛନ୍ତି।

ଅନ୍ୟପକ୍ଷରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଓଡ଼ିଶା ଅଗ୍ନିଶମ ସେବାର ଆଉ ୭ଟି ଦଳକୁ ପାୱାରବୋଟ୍‌ ସହ ଯାଜପୁର ଜିଲ୍ଲାରେ ନିୟୋଜିତ କରାଯାଇଛି। ସେହିପରି କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଭଦ୍ରକରେ ‌ଯେକୌଣସି ପ୍ରକାରର ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ୭ଟି ଲେଖାଏଁ ଦଳ ପାୱାରବୋଟ୍‌ ସହ ନିୟୋଜିତ ହୋଇଛନ୍ତି। ଏହାଛଡ଼ା ଅଧିକ ସହାୟତା ପାଇଁ କେନ୍ଦ୍ରାପଡ଼ାକୁ ଆଉ ଦୁଇଟି ବ୍ୟାକଅପ୍‌ ଦଳକୁ ପାୱାରବୋଟ୍ ସହ ପଠାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe