ଅଗ୍ନିବୀରଙ୍କ ତାଲିମକୁ ଡିଗ୍ରି ପାଇଁ ବିଚାରକୁ ନିଆଯିବ

Advertisment

ଇଗନୋ ଦ୍ବାରା ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହେବ ସ୍ନାତକ କାର୍ଯ୍ୟକ୍ରମ

ଇଗନୋ ଦ୍ବାରା ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହେବ ସ୍ନାତକ କାର୍ଯ୍ୟକ୍ରମ

ଅଗ୍ନିବୀରଙ୍କ ତାଲିମକୁ ଡିଗ୍ରି ପାଇଁ ବିଚାରକୁ ନିଆଯିବ

Ignou news

ଭୁବନେଶ୍ବର : କେନ୍ଦ୍ର କ୍ୟାବିନେଟ୍‌ ଜୁନ ୧୪, ୨୦୨୨ରେ ଭାରତୀୟ ଯୁବକଯୁବତୀମାନଙ୍କ ନିମନ୍ତେ ଏକ ଆକର୍ଷଣୀୟ ନିଯୁକ୍ତି ଯୋଜନାକୁ ଅନୁମୋଦନ କରିଛି। ଏହା ଫଳରେ ଭାରତୀୟ ଯୁବକଯୁବତୀମାନେ ସଶକ୍ତ ସେନା ଅଗ୍ନିପଥରେ ଯୋଗଦେବେ ଓ ଏଥିରେ ବଛା ଯାଉଥିବା ପ୍ରାର୍ଥୀମାନେ ଅଗ୍ନିବୀର ଭାବେ ବିବେଚିତ ହେବେ । ଅଗ୍ନିପଥ ଉତ୍ସାହୀ ଓ ଦେଶପ୍ରେମୀ ଯୁବକ ଯୁବତୀଙ୍କୁ ସଶକ୍ତ ସେନାରେ କାର୍ଯ୍ୟ କରିବାକୁ ଚାରିବର୍ଷ ନିମନ୍ତେ ଅନୁମତି ଦେବ । ଅଗ୍ନିପଥ ଯୋଜନା ସଶକ୍ତ ସେନାରେ ଏକ ଯୁବ ସୁଲଭ ଦୃଶ୍ୟପଟ ସୃଷ୍ଟି ପାଇଁ କରାଯାଇଛି।

ଭବିଷ୍ୟତରେ ବୃତ୍ତିଗତ ଅଭିଳାଷ ରଖିଥିବା ଅଗ୍ନିବୀରମାନଙ୍କୁ ବିଭିନ୍ନ ବେସାମରିକ କାର୍ଯ୍ୟରେ ନିୟୋଜିତ କରିବାକୁ ଦୃଷ୍ଟିରେ ରଖି ଶିକ୍ଷା ମନ୍ତ୍ରାଳୟ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଛି । ଏହି ତିନି ବର୍ଷିଆ କୌଶଳ ବିକାଶ ଭିତ୍ତିକ ସ୍ନାତକ ଉପାଧି କାର୍ଯ୍ୟକ୍ରମରେ ସେମାନଙ୍କ ସେନାରେ ନେଇଥିବା କୌଶଳଗତ ତାଲିମକୁ ବେସାମରିକ କ୍ଷେତ୍ରରେ ନିଯୁକ୍ତି କାଳରେ ବିଚାରକୁ ନିଆଯିବ। ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗନୋ) ପକ୍ଷରୁ ପ୍ରସ୍ତୁତ ଏହି କାର୍ଯ୍ୟକ୍ରମକୁ ଇଗନୋ ହିଁ କାର୍ଯ୍ୟକାରୀ କରୁଥିବା ବେଳେ ସ୍ନାତକ ଉପାଧି ନିମନ୍ତେ ଆବଶ୍ୟକ ଶତକଡ଼ା ୫୦ ଭାଗ ଗୁରୁତ୍ୱ ଅଗ୍ନିବୀରମାନେ ଚାକିରି କ୍ଷେତ୍ରରେ ହାସଲ କରିଥିବା ତାଲିମରୁ ହିଁ ଦିଆଯିବ। ଅଗ୍ନିବୀର ପାଇଥିବା ବୈଷୟିକ ବା ଅଣବୈଷୟିକ ତାଲିମରୁ ଶତକଡ଼ା ୫୦ ଭାଗ ବିଚାରକୁ ନିଆଯାଉଥିବା ବେଳେ ଅବଶିଷ୍ଟ ୫୦ ଭାଗ ସେମାନେ ପଢୁଥିବା ବିଭିନ୍ନ ପାଠ୍ୟକ୍ରମ ଉପରେ ନିର୍ଭର କରିବ। ଏହି ବିଷୟଗୁଡ଼ିକ ହେଲା ଭାଷାତତ୍ତ୍ୱ, ଅର୍ଥନୀତି, ଇତିହାସ, ରାଜନୀତି ବିଜ୍ଞାନ, ସାଧାରଣ ପ୍ରଶାସନ, ସମାଜତତ୍ତ୍ୱ, ଗଣିତ, ଶିକ୍ଷା, ବାଣିଜ୍ୟ, ପର୍ଯ୍ୟଟନ, ବୃତ୍ତିଗତ ଶିକ୍ଷା, କୃଷି ଓ ଜ୍ୟୋତି ଓ ପରିବେଶ ଶିକ୍ଷା ଓ ଇଂରାଜୀରେ ଯୋଗାଯୋଗ କୌଶଳ ଭଳି ଦକ୍ଷତା ବୃଦ୍ଧି ପାଠ୍ୟକ୍ରମମାନ ଅନ୍ତର୍ଭୁକ୍ତ।

ଏହି କାର୍ଯ୍ୟକ୍ରମଗୁଡ଼ିକ ୟୁଜିସି ନିୟମ ଅଧୀନ ଓ ଜାତୀୟ ଶିକ୍ଷାନୀତି ୨୦୨୨ର ଜାତୀୟ କ୍ରେଡିଟ ଫ୍ରେମୱାର୍କ/ ଜାତୀୟ କୌଶଳ ଯୋଗ୍ୟତା ଫ୍ରେମୱାର୍କ (ଏନ୍‌ଏସ୍‌କିଉଏଫ୍‌) ସହ ଯୋଡ଼ାଯାଇଛି । ଏହାର ବହୁମୁଖୀ ପ୍ରସ୍ଥାନ ଦିଗ ମଧ୍ୟ ରହିଛି । ପ୍ରଥମ ବର୍ଷ ପାଠ୍ୟକ୍ରମ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ ନିମ୍ନ ସ୍ନାତକ ପ୍ରମାଣପତ୍ର, ପ୍ରଥମ ଓ ଦ୍ୱିତୀୟ ବର୍ଷ ନିମ୍ନ ସ୍ନାତକ ଡିପ୍ଲୋମାର ସଫଳତାର ସହ ଉତ୍ତୀର୍ଣ୍ଣ ଓ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ତିନି ବର୍ଷର ସମ୍ପୂର୍ଣ୍ଣ ପାଠ୍ୟକ୍ରମ ସମାପନ।

ଏହି କାର୍ଯ୍ୟକ୍ରମର ଢାଞ୍ଚାକୁ ବିଭିନ୍ନ ନିୟାମକ ସଂସ୍ଥା ସ୍ୱୀକୃତି ପ୍ରଦାନ କରିଛନ୍ତି- ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଓ ଜାତୀୟ ବୃତ୍ତିଗତ ଶିକ୍ଷା ଓ ତାଲିମ ପରିଷଦ (ଏନସିଭିଇଟି) ଏବଂ ୟୁଜିସି । ୟୁଜିସିର ବିଭିନ୍ନ ନାମ ପଦ୍ଧତି ଅନୁସାରେ ସ୍ନାତ୍ତକ ଉପାଧି ପ୍ରଦାନ ଇଗନୋ ଦ୍ୱାରା କରାଯିବ (ବିଏ, ବିକମ, ବିଏ(ବୃତ୍ତିଗତ) ବିଏ (ପର୍ଯ୍ୟଟନ ପରିଚାଳନା) ଓ ଏହି ଉପାଧି ଓ ଭାରତ ବାହାରେ ଶିକ୍ଷା ଓ କର୍ମ ସଂସ୍ଥାନ ପାଇଁ ଅଧିସ୍ୱୀକୃତି ହେବ। ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ସ୍ଥଳ ସେନା, ନୌସେନା ଓ ବାୟୁସେନା ଇଗନୋ ସହ ବୁଝାମଣାପତ୍ର ସ୍ୱାକ୍ଷର କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe